ରୋଷେଇ

ଅଟା ବିସ୍କୁଟ୍

ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ଆବଶ୍ୟକ ସାମଗ୍ରୀ-

ଅଟା, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ବଟର୍ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଚିନିକୁ ଗୁଣ୍ଡ କରି ରଖିବେ । ତାପରେ ଏକ ପାତ୍ରରେ ଅଟା,ଚିନି ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ନେଇ ଭଲଭାବେ ମିକ୍ସ କରିବେ । ଏହାପରେ ହାତରେ ବଟର ନେଇ ଅଟାରେ ମିଶାଇବେ । ଏହାପରେ ଏଥିରେ ଅଳ୍ପ ସୁଜି ମିଶାଇ ଆଉ ଥରେ ମିକ୍ସ କରି ରଖିବେ । ଆବଶ୍ୟକ ଅନୁଯାୟୀ ଏଥିରେ ପାଣି ମିଶାଇବେ ।କିନ୍ତୁ ମନେ ରଖିବେ ଏହାକୁ ଅଧିକ ପତଳା କରିବେ ନାହିଁ । ନରମ କରି ଏହାର ଚକଟା ପ୍ରସ୍ତୁତ କରିବେ । ଏହାପରେ ଏହି ମିଶ୍ରଣକୁ ନେଇ ଫ୍ରିଜରେ ୩୦ ମିନିଟ ଯାଏଁ ରଖିବେ । ଏହାପରେ ଫ୍ରିଜରୁ କାଢି ତାକୁ ବେଲଣା ପଟାରେ ମୋଟା ମୋଟା ଗୋଲଗୋଲ କରି ବେଲିବେ । ଏହାପରେ ତାକୁ ନେଇ ବେକିଂ ଟ୍ରେରେ ରଖି କିଛି ସମୟ ଛାଡିବେ । ଏହାପରେ ତାକୁ ନେଇ ଓଭାନରେ ଏହା ଗୋଲ୍ଡେନ କଲର ହେବା ଯାଏଁ ରଖିବେ । ତାପରେ ଓଭାନ୍ ବନ୍ଦ କରି ବାହାରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଅଟା ବିସ୍କୁଟ୍ । କିଛି ସମୟ ଥଣ୍ଡା ହେବାକୁ ଛାଡିବା ପରେ ଏହାର ମଜା ନେଇ ପାରିବେ ।

Show More
Back to top button