ନ୍ୟୁଜ୍ରାଜ୍ୟ

ବନ୍ୟା ଉଜାଡ଼ିଲା ଭାଗଚାଷୀଙ୍କ ଭାଗ୍ୟ : ବନ୍ୟାଞ୍ଚଳ ଚାଷୀଙ୍କୁ ବିହନ ମିଳୁନି !

ସତ୍ୟଶିଖା ୧୦ .୦୯.୨୦୨୦ :  ବିଲରେ ସଢ଼ିଗଲା ଧାନ ଓ ପରିବା ଚାଷ । ମୂଲ ମଜୁରି ବି ମିଳୁନି। କରଜଦାତା ଦୁଆରେ ବସୁଛି । ହାତରେ କାଣି କଉଡ଼ିଟିଏ ନଥିବାରୁ ପିଲାଛୁଆଙ୍କୁ ଭଲରେ ମୁଠାଏ ଖାଇବାକୁ ଦେଇ ହଉନି । ଯୁଆଡ଼େ ଚାହିଁଲେ, ସବୁଆଡ଼ୁ ହତାଶ ହିଁ ହତାଶ । ଏମିତି ଅବସ୍ଥାରେ ଏବେ କାଳ କାଟୁଛନ୍ତି ସ୍ଥାନୀୟ ଭାଗଚାଷୀମାନେ। ସରକାର ବନ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେ‌ବେ ବୋଲି ଘୋଷଣା କରିଛନ୍ତି, କିନ୍ତୁ ତା ବି ଜମି ମାଲିକ ଖାତାକୁ ଯିବ। ତେଣୁ ଭାଗଚାଷୀମାନେ ସେଥିରୁ କିଛି ଫାଇଦା ପାଇବା ଆଶା ନାହିଁ । ଏଭଳି ସ୍ଥିତିରେ ସେମାନେ ବର୍ଷ ସାରା ଚଳିବେ କେମିତି ଓ କରଜ ଶୁଝିବେ କେମିତି ବୋଲି ଚିନ୍ତାରେ ପଡ଼ିଛନ୍ତି ।ଚଳିତ ବନ୍ୟାରେ ବାଲିପାଟଣା ବ୍ଲକର ୭ ପଞ୍ଚାୟତରେ ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ । ଧାନ ଓ ପରିବା ଚାଷ ସହିତ ସେମାନଙ୍କ ଭାଗ୍ୟ ଉଜୁଡ଼ି ଯାଇଛି। ଅଧିକାଂଶ ଭାଗଚାଷୀ ମହିଳା ସଂଗଠନ ଋଣରେ ବୁଡ଼ିଛନ୍ତି । ଏବେ ସେମାନେ ସେଥିପାଇଁ ସାପ୍ତାହିକ କିସ୍ତି ପାଇଁ ଦୁଆରକୁ ଧାଉଁଛନ୍ତି । ତେଣୁ କିଛି ଭାଗଚାଷୀ ମୁହଁ ଲୁଚାଇବା ଭଳି ସ୍ଥିତିକୁ ଆସିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କିଛି ଭାଗଚାଷୀ ପୁଣି ବିଲ ଉଠିଆ ପାଇଁ ଉଦ୍ୟମ କରିବା ଆରମ୍ଭ କରିଛନ୍ତି । କୃଷି ବିଭାଗ ସହଳ ବିହନ ଯୋଗାଇବ ବୋଲି ସୂଚନା ଦେଇଛି। ୧୨୦ ଦିନିଆ ଧାନ ବିହନ ଯୋଗାଇ କିଛି କିଛି ଜମିରେ ପୁଣି ଧାନ ଅମଳ କରିବାକୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସହଯୋଗ କରିବ ବୋଲି ସୂଚନା ମିଳିଛି । ତେଣୁ ପୁଣି ଆଶା ବାନ୍ଧିଛି ଭାଗଚାଷୀ। ମାତ୍ର ତାହା କେତେ ଫଳବତୀ ହେବ, ତାହାକୁ ନେଇ ବହୁ ଭାଗଚାଷୀ ସଂଶୟ ମଧ୍ୟରେ ଅଛନ୍ତି ।

“କେମିତି କରଜ ଶୁଝିବେ ଚିନ୍ତାରେ ଚାଷୀ”

ବନ୍ୟାରେ ସ୍ଥାନୀୟ ଧାନ ଚାଷୀମାନଙ୍କର ବିପୁଳ କ୍ଷତି ହୋଇଥିଲେ ହେଁ ଚାଷୀମାନେ ବିଲ ଉଠିଆ କରିବା ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ବିହନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ସମୟ ଅଭାବ ଥିବାରୁ ଛୋଟ ଧାନ କରି ଚାଷୀ ବର୍ଷକ ଭାତ ଯୋଗାଡ଼ କରିବାକୁ ଉଦ୍ୟମ କରୁଥିବାବେଳେ କୃଷି ବିଭାଗ ସେମାନଙ୍କୁ ଉପଯୁକ୍ତ ବିହନ ଯୋଗାଇ ପାରୁନାହିଁ । ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ଆଦରି ବସି ରହିଛନ୍ତି ।

Show More
Back to top button