ନ୍ୟୁଜ୍ରାଜ୍ୟ

ପୁରୀ ସମୁଦ୍ରରୁ ମିଳିଲା ଭାସମାନ ପଥର

ସତ୍ୟଶିଖା( ପୁରୀ )୧୮.୧୦ .୨୦୨୧: ପୁରୀ ସମୁଦ୍ରରୁ ମିଳିଲା ଭାସମାନ ପଥର। ପାଣିରେ ପଥର ଖଣ୍ଡ ଭାସୁଥିବା   ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ଚାଲିଛି। ଏହି ପଥରକୁ କେହି କେହି ଶ୍ରୀରାମ ଶିଳା ବୋଲି କହୁଛନ୍ତି।

ସୂଚନା ଅନୁଯାୟୀ, ଶନିବାର ପୁରୀରେ ଗୋସାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେକ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିବା ଲାଗି ଲୋକେ ଏକ ଅଟୋରେ ନେଇଯାଇଥିଲେ। ତେବେ ସମୁଦ୍ର କୂଳରେ ଏକ ପଥରଖଣ୍ଡ ଲହଡିରେ ମାଡ଼ ହେଉଥିବା ବେଳେ ଏହା ଭାସୁଥିବାର  ଜଗନ ଦେଖିବାକୁ ପାଇଥିଲେ।

ସେ ଏହି ପଥରକୁ ଆଣି ଶ୍ରୀମନ୍ଦିର ସେବକ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ପ୍ରଦାନ କରି ଭାସୁଥିବା କଥା କହିଥିଲେ। ଏହାପରେ ଉଭୟେ ଏହି ପଥରକୁ ପରୀକ୍ଷା କରିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ନେଇଥିଲେ। ପୁଷ୍କରିଣୀ ପାଣିରେ ପଥରଖଣ୍ଡ ଭାସିଥିଲା । ଏ ନେଇ ସେମାନେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ।

କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଥିବାବେଳେ କେହି ପଥରର ବିଶେଷତ୍ବ ପରଖିବା ପାଇଁ ଲାବୋରେଟୋରିକୁ ନେବା ପାଇଁ ମତ ରଖୁଛନ୍ତି।

ଶ୍ରୀ ଖୁଣ୍ଟିଆ କହିଛନ୍ତି ସରକାରଙ୍କ ପକ୍ଷରୁ ଯଦି ଏହି ପଥର ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଏ, ତେବେ ବାସ୍ତବ ତଥ୍ୟ ସାମ୍ନାକୁ ଆସିପାରନ୍ତା।

Show More
Back to top button