ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଏବେ ବିବାଦ ଘେରକୁ ଆସିଛି । ନାଗାଲଣ୍ଡର ଜଣେ ଗ୍ରାହକଙ୍କୁ ଆବଶ୍ୟକତା ସେବା ଯୋଗାଇ ନ ପାରିବାରୁ ଏଭଳି ଘଟଣା ଘଟିଛି । କମ୍ପାନି କହିଛି ଭାରତ ବାହାରେ ଡେଲିଭରୀ ସେବା ଦିଅନ୍ତି ନାହିଁ । ତେବେ ଏ ଗ୍ରାହକ ଜଣକ ନାଗାଲାଣ୍ଡରେ ରହନ୍ତି । ସେ ଫ୍ଲିପକାର୍ଟକୁ ଫେସବୁକରେ ପଚାରି ଥିଲେ,‘ଆପଣ ନାଗାଲାଣ୍ଡରେ ଡେଲିଭରି କାହିଁକି କରୁ ନାହାନ୍ତି । ସବୁ ରାଜ୍ୟରେ ସମାନ ସେବା ଯୋଗାଇବା ଦରକାର ।’ ଯାହାର ଉତ୍ତରରେ ଫ୍ଲିପକାର୍ଟ କହିଥିଲା ‘ଆମେ ଭାରତ ବାହାରେ ଡେଲିଭରୀ ପ୍ରଦାନ କରି ନ ଥାଉ ।’
ଫ୍ଲିପ୍କାର୍ଟ କହିଲା- ନାଗାଲାଣ୍ଡ ଭାରତ ବାହାରେ, ପରେ ଭୁଲ ପାଇଁ ମାଗିଲା କ୍ଷମା
