ନ୍ୟୁଜ୍ରାଜ୍ୟଶିକ୍ଷା

ୟୁକ୍ରେନ ଫେରାନ୍ତଙ୍କ ପାଠପଢ଼ା ଚିନ୍ତା : ସରକାରଙ୍କୁ ନିବେଦନ କଲେ ଡାକ୍ତରୀ ଛାତ୍ରଛାତ୍ରୀ

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ : ଋଷର ଆକ୍ରମଣ ପରେ ୟୁକ୍ରେନ ଛାଡ଼ି ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ ପାଠପଢ଼ା ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କ ପାଠପଢ଼ା ବ୍ୟବସ୍ଥା ସଠିକ୍ ନଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି । ଡାକ୍ତରୀ ପାଠପଢ଼ା ସମସ୍ୟା ନେଇ ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆଜି ବ୍ରହ୍ମପୁର ବଡ଼ ମେଡିକାଲ ଖେଳପଡ଼ିଆ ନିକଟରେ ଏକତ୍ରିତ ହୋଇଥିଲେ ।

ସେମାନଙ୍କ ପାଠପଢ଼ା ନିମନ୍ତେ କୌଣସି ବ୍ୟବସ୍ଥା ପାଇଁ ସେମାନେ ସରକାରଙ୍କୁ ନିବେଦନ କରିଥିଲେ । ସେଥି ମଧ୍ୟରୁ ଆନେକ ଛାତ୍ରଛାତ୍ରୀଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେମାନଙ୍କ ନିମନ୍ତେ ପ୍ରାକ୍ଟିକାଲ୍ ଆବଶ୍ୟକ ରହିଛି । କିନ୍ତୁ ଏହି ସବୁ ପାଠ ତାଙ୍କୁ ଅନ୍‌ଲାଇନ ମାଧ୍ୟମରେ ପଢ଼ାଯାଉଛି । ଯାହାଫଳରେ ସେମାନଙ୍କୁ ସମସ୍ୟା ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବା ନିମନ୍ତେ ସେମାନଙ୍କ ଅଭିଭାବକମାନେ ଅନୁରୋଧ କରିଛନ୍ତି ।

Show More
Back to top button