ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ସଂସଦରେ କୃଷକମାନଙ୍କ ସହ ଜଡିତ ତିନୋଟି ବିଲ୍ ପାରିତ ହୋଇଛି, କିନ୍ତୁ ରାଜନୈତିକ ତର୍କ ଏବେବି ଜାରି ରହିଛି । ଏହାକୁ ବିରୋଧ କରି ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ଦାବି କରିଥିଲେ । ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ସୂଚନା ଦିଆଯାଇଛି ଯେ ରାଷ୍ଟ୍ରପତି ଆଜି ଅପରାହ୍ନ ୫ ଟାରେ ପାଞ୍ଚ ଜଣ ବିରୋଧୀ ଦଳର ନେତାଙ୍କୁ ଭେଟିବେ। ଏଥିପାଇଁ ସେମାନଙ୍କୁ ସମୟ ଦିଆଯାଇଛି ।
ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ୫ ବିରୋଧୀ ଦଳ ନେତା l
