

ସତ୍ୟଶିଖା( ପ୍ରୟାଗ୍ରାଜ)୧୬.୦୪.୨୦୨୨ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମା’ ଓ ତିନି ଝିଅର ଗଳାକାଟି ଦିଆଯାଇଛି ଏବଂ ବାପକୁ ଏକ ରଶିରେ ଟାଙ୍ଗି ଦିଆଯାଇଛି । ନବାବଗଞ୍ଜ ଥାନା ଅଧୀନ ଖଗଲପୁର ଗାଁରେ ଏହି ଅଘଟଣ ଘଟିଛି । ଏକ ଧାରୁଆ ଅସ୍ତ୍ର ସହାୟତାରେ ମା’ ଓ ପିଲାମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ସେହିପରି ୩ ଝିଅଙ୍କ ବାପକୁ ବାଥରୁମରେ ବେକରେ ରଶି ଲଗାଇ ଟାଙ୍ଗି ଦିଆଯାଇଥିବା ଜଣାପଡ଼ିଛି । ତେବେ ବାପର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାବେଳେ ହାତ ଓ ପୋଷାକରେ ରକ୍ତ ଚିହ୍ନ ଥିବା ଦେଖିବାକୁ ମିଳିଛି । ପାରିପାଶ୍ୱର୍ିକ ସ୍ଥିତିରୁ ବାପ ପରିବାରର ସମସ୍ତଙ୍କୁ ମାରି ନିଜେ ବାଥ୍ରୁମ୍ରେ ଝୁଲିପଡ଼ିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ସ୍ୱାମୀ-ସ୍ତ୍ରୀ ରାହୁଲ ତିୱାରୀ (୪୨), ପ୍ରୀତି (୩୮) ଏବଂ ତିନି ଝିଅ ମାହି, ପିହୁ ଏବଂ ପୋହୁ । ମୃତ ରାହୁଲଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୂଙ୍କ ସହ ଅନେକ ବିବାଦ ଲାଗି ରହିଛି। ଶାଶୂଘର ଲୋକେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ମାମଲାର ଅନୁସନ୍ଧାନ ପାଇଁ ୭ ଟି ଟିମ୍ ଗଠନ କରାଯାଇଛି । ଏସଏସପି ଅଜୟ କୁମାର କହିଛନ୍ତି ଯେ ରାହୁଲ ନିଜେ ଫାଶୀ ଲଗାଇଛନ୍ତି କିମ୍ବା ଅନ୍ୟ ସମସ୍ତଙ୍କୁ ହତ୍ୟା କରିଥାଇପାରନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି ।
କ୍ରାଇମବ୍ରାଞ୍ଚ ପହଞ୍ଚି ଘଟଣାର ଅନୁସନ୍ଧାର ଆରମ୍ଭ କରିଥିବା ବେଳେ ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ନାନା ପ୍ରଶ୍ନ ଉଠାଇଛି । ବାସ୍ତବରେ, ରାହୁଲ ତିୱାରୀଙ୍କ ମୃତଦେହ ବାଥ୍ରୁମ୍ରେ ଝୁଲୁଥିବା ବେଳେ ଅନ୍ୟ ୪ ଜଣ ପତ୍ନୀ ଏବଂ ପିଲାମାନଙ୍କର ଶଯ୍ୟା ଖଟ ଉପରେ ପଡ଼ିଥିଲା। ହତ୍ୟା ସମୟରେ କାନ୍ଥ ଓ କୋଠରୀରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ହତ୍ୟା ସମୟରେ ଧସ୍ତା ଧସ୍ତି ହେବା ଯୋଗୁ କାନ୍ଥ ଏବଂ ରାହୁଲଙ୍କ ପୋଷାକରେ ରକ୍ତ ଛିଟା ଲାଗିଥିବା ସନ୍ଦେହ କରାଯାଉଛି । କେବଳ ଏତିକି ନୁହେଁ, ମହିଳାଙ୍କ ପାଦ ଏବଂ ତକିଆରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଆଶ୍ଚର୍ୟ୍ୟଜନକ କଥା ହେଉଛି ବାଥରୁମରେ ଝୁଲୁଥିବା ରାହୁଲଙ୍କ ଦେହରେ କୌଣସି କ୍ଷତ ଛିହ୍ନ ନାହିଁ, କିନ୍ତୁ ପୋଷାକ ଏବଂ ହାତରେ ରକ୍ତ ଅଛି। ପାଞ୍ଚ ଜଣଙ୍କ ହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ସିଏମ ଯୋଗୀ ଆଦିତ୍ୟନାଥ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଅନୁସନ୍ଧାନକାରୀ ଦଳକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।