

ଦେଶରେ ଧିରେ ଧିରେ କମୁଛି ମହମାରୀର ପ୍ରକୋପ । ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ସ୍ଥିତି ସ୍ବାଭାବିକ ଆଡକୁ ମଧ୍ୟ ଆସୁଛି । ସଂକ୍ରମଣ କମିବା ନେଇ ରାଜ୍ୟ ଗୁଡିକରେ ହୋଇଥିବା ତାଲା ବନ୍ଦ ମଧ୍ୟ ସ୍ବାଭାବିକ ହେଉଛି । ତେବେ, ଗତ 24 ଘଣ୍ଟାରେ 48 ହଜାର 786 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହଜାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 61,588 ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 4 ଲକ୍ଷ 11 ହଜାର 634କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 3 ଲକ୍ଷ 99 ହଜାର 459 ଛୁଇଁଥିବା ବେଳେ 5 ଲକ୍ଷ 23 ହଜାର 257 ରହିଛି ସକ୍ରିୟ ମାମଲା । 2 କୋଟି 94 ଲକ୍ଷ 88 ହଜାର 918 ଆରୋଗ୍ୟ ଲାଭ କରିଥିବା ବେଳେ 33 କୋଟି 57 ଲକ୍ଷ 16 ହଜାର 19 ଜଣଙ୍କୁ ଟିକାକରଣ କରାଯାଇଛି ।