ନ୍ୟୁଜ୍ରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ବିଧାନସଭାରେ ପାରିତ ହେଲା ୫ଟି ବିଲ୍ l

ସତ୍ୟଶିଖା (ଭୁବନେଶ୍ୱର) ୦୬.୧୦.୨୦୨୦ : ଆଜି ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତୀତ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡିଶା ସଂଶୋଧ ବିଲ୍, ଓଡିଶା ପୌର ବିଧି ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ବିଧାନସଭାରେ ପାରିତହୋଇଛି ।

ଚାରି ଦିନ ବିତର୍କ ପରେ ବିଧାନସଭାରେ ପାରିତ ହୋଇଥିଲା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ । ନାରାବାଜି ଓ ହୋହଲ୍ଲା ଭିତରେ ବାଚନିକ ଭୋଟ୍ ମାଧ୍ୟମରେ ବିଲ୍ ଟି ପାରିତ ହୋଇଛି । ନୂଆ ଆଇନରେ ସିନେଟ୍ ବ୍ୟବସ୍ଥା ଉଚ୍ଛେଦ ସହ କୂଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯାଇଛି । ବିଲ୍ କୁ ବିରୋଧୀ କଳା ବିଲ୍ ବୋଲି ଅଭିହିତ କରୁଥିବାବେଳେ ସରକାର କହିଛନ୍ତି ଏହି ବିଲ୍ ଦ୍ୱାର ବିଶ୍ୱବିଦ୍ୟାଳୟ ଆହୁରି ସଶକ୍ତ ହେବ ଓ ନିଯୁକ୍ତି ଆରମ୍ଭ କରି ପଠା ପଢାଯାଏ ସବୁ କ୍ଷେତ୍ରରେ ସ୍ଵଚ୍ଛତା ଆସିବ ।

Show More
Back to top button