ନ୍ୟୁଜ୍ରାଜ୍ୟ

୨୦ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ

ସତ୍ୟଶିଖା (ଭୁବନେଶ୍ୱର) ୧୦.୧୨.୨୦୨୧: ଅଧାରୁ ସରିଲା ବିଧାନସଭା ଶୀଳକାଳୀନ ଅଧିବେଶନ । ଗୋଟିଏ ଦିନ ବି ସ୍ୱାଭାବିକ ଭାବରେ ଗୃହ ଚାଲିପାରିନା ନାହିଁ । ମମିତା ଝଡରେ ଧୋଇଗଲା ଶୀଳକାଳୀନ ଅଧିବେଶନ । 20 ଦିନ ପୂର୍ବରୁ ତଥା 17ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଶୀଳକାଳୀନ ଅଧିବେଶନ । ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଲେ ବାଚସ୍ପତି ।

କୋଭିଡ ସଂକ୍ରମଣ ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବ ଆସିଥିଲା । ହାଉସର କୌଣସି ବିଜେନେସ ନଥିବାରୁ ମୁଲତବି ପ୍ରସ୍ତାବ ଆସିଥିଲା । ମୁଲତବି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ମୁଲତବି ଘୋଷଣା ବେଳେ କକ୍ଷତ୍ୟାଗ କରିଥିଲେ ବିଜେପି ଓ କଂଗ୍ରେସ । ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ଧାରଣା ।

Show More
Back to top button