ସତ୍ୟଶିଖା ୨୧.୦୯.୨୦୨୦ : କୋଭିଡ ହସ୍ପିଟାଲରେ ନିଆଁ । କଟକ ଜଗତସିଂହପୁର ସ୍ଥିତି ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ୨ଟି ଦମକଳଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।
କଟକ କୋଭିଡ୍ ହସ୍ପିଟାଲରେ ନିଆଁ l
