ଦେଶନ୍ୟୁଜ୍

ବିରଳ ଚିତାବାଘ ଠାବ

ସତ୍ୟଶିଖା( କୋହିମା ) ୦୮.୦୧.୨୦୨୨ : ନାଗାଲାଣ୍ଡରର କିଫାୟାର ଜିଲାରେ ବିରଳ ପଟା ପଟା ଦାଗ (କ୍ଲାଉଡେଡ) ଥିବା ଚିତାବାଘ ଠାବ କରାଯାଇଛି। ସମୁଦ୍ର ପତନରୁ ୩୭୦୦ ମିଟର ଉଚ୍ଚତାରେ ପୂର୍ବ ନାଗାଲାଣ୍ଡର ଥାନାମିର ଗ୍ରାମ ନିକଟରେ ଜଙ୍ଗଲରେ ଏହି ପ୍ରଜାତିର ଚିତା ଠାବ କରାଯାଇଛନ୍ତି। ପ୍ରଥମ ଥର ପାଇଁ ସେଠାରେ ଏଭଳି ଚିତାବାଘ ଦେଖିବାକୁ ମିଳିଛନ୍ତି। ଗବେଷକମାନଙ୍କର ଏକ ଦଳ ଭାରତ-ମ୍ୟାଁମାର ସୀମାନ୍ତରେ ଏହି ଚିତାବାଘଙ୍କର ଫଟୋ ଉଠାଇବାରେ ସଫଳ ହୋଇଛନ୍ତି। କୁହାଯାଉଛି ଯେ ଚିତାବାଘ ଠାବ କରାଯିବାରେ ଏହା ବିଶ୍ୱର ସର୍ବାଧିକ ଉଚ୍ଚତା ବିଶିଷ୍ଟ ସ୍ଥାନ ହୋଇଛି। ଗଛ ଚଢି ପାରୁଥିବା ଏହି ନିଓଫେଲିସ ନିବୁଲୋସା ହେଉଛନ୍ତି ବାଘ ପ୍ରଜାତିର ସବୁଠାରୁ ସାନ ଆକାର। ଏହି ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛନ୍ତି। ସ୍ଥାନୀୟ ଭାଷାରେ ଏହାକୁ ‘ଖେଫାକ’ ବୋଲି କୁହାଯାଉଛି, ଯାହାର ଅର୍ଥ ହେଉଛି ଧୂସର ରଙ୍ଗର ବାଘ। ଏହି ଧରଣର ଦୁଇଟି ବୟସ୍କ ଏବଂ ଦୁଇଟି ଚିତା ଶାବକକୁ ଠାବ କରାଯାଇଛି।

Show More
Back to top button