ଏହି ଉପାୟରେ ଜାଣନ୍ତୁ ଆପଣଙ୍କ ଆଧାରକାର୍ଡ ସାହାଯ୍ୟରେ ସିମ୍ କିଣିଛନ୍ତି ଆଉ କିଏ ।


ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧:ଫୋନ ସିମ୍ କଣିବାକୁ ହେଲେ ଏବେ ଆଧାରକାର୍ଡ ଅର୍ନିବାର୍ଯ୍ୟ । ବିନା ଆଧାରକାର୍ଡରେ ଗ୍ରାହକ ସିମ୍ କିଣିପାରିବେ ନାହିଁ । କିନ୍ତୁ ଏପରିବି ଦେଖିବାକୁ ମିଳିଛି କିଛି ସିମ୍ ବିକ୍ରେତା ବିନା ଆଧାରକାର୍ଡରେ ଲୋକଙ୍କୁ ସିମ୍ ଦେଇ ଦିଅନ୍ତି । ଆଉ ପରେ ଜଣା ପଡେକି ସେହି ସିମଟି ଅନ୍ୟ କାହା ନାଁରେ ରେଜିଷ୍ଟେସନ୍ ହୋଇଛି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଆଧାରକାର୍ଡରେ କେତେ ସିମ୍ ଆକ୍ଟିଭେଟ୍ ହୋଇଛି ତେବେ ଏହି ପ୍ରଣାଳିକୁ ଆଧାରକରି ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଟାଫକପ୍ ପୋର୍ଟାଲର ବ୍ୟବହାର କରିବାକୁ ପଡିବ ।
ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେଶନ ବା ‘ଡିଓଟି’ ‘ଟାଫକପ୍’ ନାମକ ଏକ ୱେବ୍ ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲ ଦ୍ୱାରା ଜାଣିହେବ ଗୋଟିଏ ଆଧାରକାର୍ଡରେ କେତୋଟି ସିମ୍ ଜାରି କରାଯାଇଛି । ଯଦି ଆପଣଙ୍କୁ ଲାଗୁଛି କି, ଅନ୍ୟ କୌଣସି ଗ୍ରାହକ ବ୍ୟବହାର କରୁଥିବା ସିମ୍ ଆପଣଙ୍କ ଆଧାରକାର୍ଡରେ ଆକ୍ଟିଭ୍ କରାଯାଇଛି ତେବେ, ଆପଣ ସେହି ସେବାକୁ ବନ୍ଦ କରିବା ପାଇଁ ଆବେଦନ କରିପାରିବେ ।
ଆବେଦନ କରିବା ପାଇଁ ପ୍ରଥମେ ଟାଫକପ୍ ୱେବସାଇଟକୁ ଯିବାକୁ ପଡିବ । ଟାଫକପ୍ ୱେବସାଇଟକୁ ଯିବାକୁ ହେଲେ ଆପଣଙ୍କୁ https://tafcop.dgtelecom.gov.in ଏହି ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡିବ । ୱେବସାଇଟ୍ ଖୋଲିବା ପରେ ଆପଣଙ୍କୁ ମୋବାଇନ୍ ନମ୍ବର ଦେବାକୁ । ପଡିବ ଏହାପରେ ଓଟିପି ପାଇଁ ରିକ୍ୱେଷ୍ଟ କରିବାକୁ ପଡିବ । ଏହାପରେ ଡିଓଟି ପକ୍ଷରୁ ଏକ ଓଟିପି ଆସିବ । ଏହାପରେ ସାଇନଇନକୁ ଭ୍ୟାଲିଡେଟ୍ କରିବାକୁ ପଡିବ । ଭ୍ୟାଲିଡେଟ୍ ହୋଇ ଯିବା ପରେ ସେହି ମୋବାଇଲ ନମ୍ବର କେଉଁ ଆଧାରକାର୍ଡ ସହ ଜୋଡି ହୋଇ ରହିଛି ତାହା ଜଣାପଡିଯିବ । ଯେଉଁ ସିମ୍ ଆପଣଙ୍କ ଆଧାରକାର୍ଡ ଦ୍ୱାରା ଜାରି କରାଯାଇଥିବ କିନ୍ତୁ ଆପଣଙ୍କର ସେହି ସିମ୍ ହୋଇନଥିବ, ସେହି ସିମକୁ ବନ୍ଦ କରିବାର ଆବେଦନ ମଧ୍ୟ ଏହି ୱେବ୍ ପୋର୍ଟାଲ ମାଧ୍ୟମରେ କରିପାରିବେ । ଏଠାରେ କହିରଖୁଛୁ କି, ଡିଓଟି ଗାଇଡଲାଇନ୍ ଅନୁସାରେ, ଗୋଟିଏ ଆଧାରକାର୍ଡରେ ୯ଟି ମୋବାଇକୁ କନେକସନ୍ ମିଳିପାରିବ ।