ସ୍ୱାସ୍ଥ୍ୟ

ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ କେଉଁ ଖାଦ୍ୟ ସେବନ କରିବା ଉଚିତ ନୁହେଁ ଜାଣନ୍ତୁ …..

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୧.୨୦୨୨ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ୟାଷ୍ଟ୍ରିକ ଓ ଏସିଡିଟି, ବଦହଜମି ଭଳି ସମସ୍ୟା କାରଣରୁ ଖୁବ ଚିନ୍ତିତ। ଏହାକୁ ଦୂର କରିବା ପାଇଁ ଔଷଧ ସହ କେତେକ ଘରୋଇ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ କେଉଁ ଖାଦ୍ୟ ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ …..
ଅନିୟମିତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ କାରଣରୁ ବର୍ତ୍ତମାନ ସମୟରେ ଗ୍ୟାଷ୍ଟ୍ରିକ ହେବା ଏକ ସମସ୍ୟା ପାଳଟି ସାରିଛି।
କିଛି ଭୁଲ ଖାଦ୍ୟପେୟ ସହ ସକାଳର ଜଳଖିଆ ନ ଖାଇବା ଗ୍ୟାଷ୍ଟ୍ରିକର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।
ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି, ସେମାନେ ଆଦୌ ଚା’ ପିଇବା ଉଚିତ ନୁହେଁ। ଏହାସହ ଖାଲି ପେଟରେ ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ଅଧିକ ହୋଇଥାଏ। କିଛି ଲୋକଙ୍କୁ ଛୋଲେ -ପୁରୀ ହେଉ ଅଥବା ଛଣା ତରକାରୀ ବେଶ ପସନ୍ଦ। ମାତ୍ର  ଗ୍ୟାଷ୍ଟ୍ରିକ ସମୟରେ ଖାଇବା ଉଚିତ ନୁହେଁ।
ଆପଣଙ୍କର ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଅଧିକ ଥିଲେ ତେବେ ରାଜମାର ସେବନ କରନ୍ତୁ ନାହିଁ।
ଫୁଲକୋବି ଓ ସିମଲା ଲଙ୍କାରେ ପ୍ରସ୍ତୁତ ପ୍ରତ୍ୟେକ ବ୍ୟଞ୍ଜନ ଖୁବ ସ୍ୱାଦିଷ୍ଟ। ମାତ୍ର ଗ୍ୟାଷ୍ଟ୍ରିକ ସମୟରେ ଏହାର ସେବନ କରିବା ଉଚିତ ନୁହେଁ।
ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ ଅଧିକ ସାଲାଡ ମଧ୍ୟ ଖାଆନ୍ତୁ ନାହିଁ କିମ୍ବା ଏଥିରେ ଅଳ୍ପ କଳାଲୁଣ ଓ ଜୁଆଣୀଗୁଣ୍ଡ ମିଶାଇ ଅଳ୍ପ ପରିମାଣରେ ଖାଇପାରିବେ।
ଗ୍ୟାଷ୍ଟ୍ରିକ ସମସ୍ୟା ଥିବା ବ୍ୟକ୍ତି ଉଷୁମ କ୍ଷୀର ପିଅନ୍ତୁ ନାହିଁ। କିମ୍ବା କ୍ଷୀର ଓ ପାଉଁରୁଟି ଖାଆନ୍ତୁ ନାହିଁ।

Show More
Back to top button