ରାଜ୍ୟସାହିତ୍ୟ ଓ ସଂସ୍କୃତି

ବର୍ଷର ଶେଷ ସୂର୍ଯ୍ୟ ପରାଗ ଜାଣନ୍ତୁ କେବେ

ସତ୍ୟଶିଖା ୦୩/୧୨/୨୦୨୦ :  ଏମାସରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗୁଛି । ମାର୍ଗଶୀର ଅମାବାସ୍ୟାରେ ଡିସେମ୍ବର ୧୪ତାରିଖରେ ସୂର୍ଯ୍ୟ ପରାଗ ଲାଗୁଛି । ଏହା ପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ଲାଗିଥିଲା ।

ଏହା ପୂର୍ବରୁ ଆଷାଢ଼ କୃଷ୍ଣ ଅମାବାସ୍ୟା ଜୁନ୍ ୨୧ତାରିଖରେ ରବିବାର ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଲାଗିଥିଲା,ଯାହା ଭାରତରେ ମଧ୍ୟ ଦେଖାଯାଇଥିଲା । ସୂର୍ଯ୍ୟ ପରାଗ ଡିସେମ୍ବର ୧୪ତାରିଖରେ ସନ୍ଧ୍ୟା ୭ଟା ବାଜି ୦୩ମିନିଟରେ ହେବ ଏବଂ ଡିସେମ୍ବର ୧୫ତାରିଖ ରାତି ୧୨ଟାରେ ସମାପ୍ତ ହେବ ପୋଲି କୁହାଯାଉଛି ।

ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା,ଆଟଲାଣ୍ଟିକ ମହାସାଗର,ଆଫ୍ରିକା ଆଦି ଦେଶରେ ଦେଖାଯାଇପାରିବ । ଭାରତରେ ନ ଦେଖାଯିବା ଯୋଗୁଁ ଏହାର ଧାର୍ମିକ ମହତ୍ତ୍ବ ନଥିବା କଥା କୁହାଯାଉଛି । ଭାରତରେ ନ ଦେଖାଯିବା କାରଣରୁ ପରାଗର ସୂତକ କାଳ ମାନ୍ୟ କରାଯିବ ନାହିଁ । ୨୦୨୦ବର୍ଷରେ ମୋଟ ୬ଟି ଗ୍ରହଣ ଲାଗିଛି । ଏଥିରେ ୩ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ ।

Show More
Back to top button