ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

‘ମଙ୍କିପକ୍ସ’ ଓ ‘ଟାମଟୋ ଫ୍ଲୁ’କୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାଣନ୍ତୁ

ସତ୍ୟଶିଖା (ଭୁବନେଶ୍ୱର) ୨୧.୦୫.୨୦୨୨: କରୋନା ପରେ ପରେ ଏବେ ମଙ୍କିପକ୍ସ ଆତଙ୍କ ଖେଳାଇବାରେ ଲାଗିଲାଣି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାଙ୍କ କହିବା ମୁତାବକ, ‘ବର୍ତ୍ତମାନ ସୁଦ୍ଧା ଏହି ରୋଗର ଲକ୍ଷଣ ରାଜ୍ୟରେ ଦେଖିବାକୁ ମିଳିନି । ଏହା ୟୁଏସଏରେ ଦେଖିବାକୁ ମିଳୁଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଯାଏଁ ଏନପିସି ତରଫରୁ ଆମପାଖକୁ କୌଣସି ଚିଠି ଆସିନି ।’

ଏହା ସହ ‘ଟାମାଟୋ ଫ୍ଲୁ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ‘ଏଯାଏଁ ପବ୍ଲିକ୍ ହେଲଥ ଏକ୍ସପର୍ଟ ତରଫରୁ କୌଣସି ନୋଟିସ ପାଇନୁ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମତ ପରିପ୍ରକାଶ ପାଉଛି । ଯେଉଁଠି ଅଧିକ ଦେଖାଯାଉଛି, ସେଠି ଭାଇରାଲ କଲଚର କରାଯାଉଛି । କଲଚର ତଥ୍ୟ ଆସିଲେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ପରାମର୍ଶ ନେବୁ ।’

ତେବେ ସାରା ଦୁନିଆରେ ମଙ୍କିପକ୍ସର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିପଦ ଘଣ୍ଟି ଏବେ ୟୁରୋପରେ ବାଜିଛି, ଯେଉଁଠାରେ ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୟୁରୋପରେ ୧୦୦ ପାଖାପାଖି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ।ଏହି ଟ୍ରେଣ୍ଡର ଗଭୀରତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଏକ ଜରୁରୀକାଳୀନ ବୈଠକ ଡକାଇଛି । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରାଯିବ । ମଙ୍କିପକ୍ସକୁ ମହାମାରୀ ଭାବେ ଘୋଷଣା କରାଯିବାକୁ ନେଇ ଚର୍ଚ୍ଚା ହେବ ।

ତେବେ ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ ।

Show More
Back to top button