ଖାଦ୍ୟ

କେଉଁ ସ୍ଥାନରେ ଗୁପୁଚୁପକୁ କଣ କୁହନ୍ତି, ଜାଣନ୍ତୁ.

ସତ୍ୟଶିଖା (ଭୁବନେଶ୍ୱର ) ୨୬.୧୦.୨୦୨୩ :  କିଏ କୁହନ୍ତି ତାକୁ ଗୁପୁଚୁପ ପୁଣି କିଏ କୁହନ୍ତି ତାକୁ ପାନିପୁରୀ. ଖାଇବା କଥା ତ ଛାଡନ୍ତୁ, ଗୁପଚୁପର ନାଁ ଧରିଲେ ପାଟିରେ ପାଣି ଆସିଯାଏ . ସେଥିପାଇଁ କୁହନ୍ତି, ଗୁପଚୁପ ଖାଦ୍ୟ ନୁହେଁ ଗୋଟେ ଇମୋସନ. ଝିଅ ହୁଅନ୍ତୁ କି ପୁଅ, ଗୁପୁଚୁପ ସ୍ବାଦ ସମସ୍ତଙ୍କୁ ପ୍ରିୟ. ତେବେ ଗୁପୁଚୁପର ରହିଛି ବିଭିନ୍ନ ନାଁ. ଦେଶର ବିଭିନ୍ନ ପ୍ରାନ୍ତରେ ଗୁପୁଚୁପକୁ ନେଇ ବିଭିନ୍ନ ନାଁ ରହିଛି. ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଗୁପଚୁପକୁ ନେଇ କେଉଁ ନାଁ ରହିଛି. ଏବଂ ସେଠାରେ କିପରି ପ୍ରସ୍ତୁତ ହୋଇଥାଏ ଗୁପଚୁପ .

ପାନିପୁରି ଗୁପୁଚୁପକୁ ପାନିପୁରି ନାଁ ରେ ଅନେକ ଲୋକ ଜାଣିଛନ୍ତି. ବିଶେଷ ଭାବେ ଉତ୍ତର ଭାରତରେ ଏହାକୁ ପାନିପୁରି ନାଁ ରେ ଜଣା ଯାଇଥାଏ. ଏହା ବେଶ କ୍ରିସପି ଏବଂ ଟେଷ୍ଟି ହୋଇଥାଏ. ବିଏହାକୁ ଅଧିକ ଟେଷ୍ଟି କରିବାକୁ ଏଥିରେ ବିଭିନ୍ନ ଫ୍ଲେଭର ପାଣି ଦିଆଯାଇଥାଏ . ଏଥିସହ ଚାର୍ଟ ମସାଲା ଏବଂ ସ୍ପାଇସି ମସାଲା ଏହାର ସ୍ବାଦକୁ ଆହୁରି ଦ୍ବିଗୁଣିତ କରିଥାଏ.
ଗୋଲଗପ୍ପେ
ଗୋଲଗପ୍ପେ ନାଁ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାନାରେ ବେଶ ପ୍ରସିଦ୍ଧ. ସେଠାରେ ମଧ୍ୟ ପ୍ରସ୍ତୁତି ଶୈଳୀ ସମାନ ହୋଇଥାଏ. ହେଲେ ଏଥିରେ ବୁନ୍ଦି ଏବଂ ଖଟାମିଠା ପାଣି ପ୍ରସ୍ତୁତ କରାଯାଇଥାଏ.
ପୁଚକା
କଲିକତା, ବିହାର, ଝାଡଖଣ୍ଡରେ ଗୁପଚୁପକୁ ପୁଚକା ବୋଲି କୁହାଯାଇଥାଏ . ପୁଚକା ରେ ଆଳୁ ଭୁଜିଆ ଏବଂ ଖଟାମିଠା ପାଣି ଦିଆଯାଇ ପରଷା ଯାଇଥାଏ.
ଗୁପଚୁପ
ଓଡିଶାରେ ଗୁପୁଚୁପ ପିଲାଠୁ ବଡ ଯାଏ, ସମସ୍ତଙ୍କ ପ୍ରିୟ . ରାସ୍ତା କଡରେ ବିକ୍ରି ହେଉଥିବା ଏହି ଗୁପଚୁପକୁ ଦେଖିଲେ ଆପାଆପେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କ ଗାଡି ଅଟକିଯାଏ. ଆଉ ସବୁ କଲେଜ ସାମ୍ନାରେ ଗୁପୁଚୁପ ଠେଲା ଆଗରେ ବେଶ ଭିଡ ଦେଖାଯାଇଥାଏ. ପାଣି ଗୁପୁଚୁପର ଚାହିଦା ଯେମିତି ଥାଏ, ଦହି ଗୁପଚୁପର ଚାହିଦା ବି ବେଶ ଅଧିକ ଥାଏ.
ପାନି କେ ପତାସେ
ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ଏହା ପାନି କି ପତାସେ ନାଁ ରେ ପରିଚିତ.
ପକୋଡି
ପକୋଡି ନାଁ ଶୁଣି ଆପଣ ଟିକେ କନଫ୍ୟୁଜ ହୋଇ ପାରନ୍ତି କିନ୍ତୁ ଗୁଜୁରାଟରେ ଗୁପଚୁପ ପକୋଡି ନାଁ ରେ ପରିଚିତ. ଏହାର ପ୍ରସ୍ତୁତି ଶୈଳୀ ମଧ୍ୟ ସମାନ. ଏବଂ ସ୍ବାଦ ମଧ୍ୟ ଗୁପୁଚୁପ ଭଳି.
Show More
Back to top button