ସତ୍ୟଶିଖା ( ଶନିବାର ) ୨୦ /୦୨/୨୦୨୧ :
ମେଷ – ଶନିବାର ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେବାର ପ୍ରଯତ୍ନ କରିବେ । ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଘର ସାଜସଜ୍ଜାରେ ମଜ୍ଜି ରହିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ବୃଷ – ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିବ । ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ମିଥୁନ – ଆକସ୍ମିକ କଳହ ସାଙ୍ଗକୁ ସହକର୍ମୀ କିମ୍ବା ପଡୋଶୀମାନଙ୍କ ସହ ସମ୍ପର୍କରେ ବିଭ୍ରାଟ ଘଟିବ । ପରିବାର ମଧ୍ୟରେ ଅନେକ ସମସ୍ୟା ରହିଛି, କହିବାକୁ ଇଚ୍ଛା ଥିଲେ ମଧ୍ୟ ସଙ୍କୋଚବଶତଃ କହିପାରିବେ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
କର୍କଟ – କୌଣସି ଅତୀତ ଘଟଣା ସକାଶେ ଅନୁତାପ କରିପାରନ୍ତି । ବନ୍ଧୁମାନଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ମଧ୍ୟାନ୍ନେ ଦୂର ହେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୨ ।
ସିଂହ – ଆଜି ମନ ବୁଝିଲା ଭଳି କଥା କହି ଅର୍ଥ ଯୋଗାଡ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ । ଭ୍ରମଣରେ ଯିବାକୁ ପରିବାରରୁ ସମର୍ଥନ ପାଇବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
କନ୍ୟା – ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ କାମ କଲେ ସମସ୍ୟା ସରଳ ସମାଧାନ ହେବାରେ ଅସୁବିଧା ରହିବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ତୁଳା – ଆର୍ଥିକ ଅସନ୍ତୁଳନ ସାଙ୍ଗକୁ କାହା ମନ କାହା ସହ ନ ମିଶିବା କାରଣରୁ ମନ ଭଲ ରହିବ ନାହିଁ । ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।
ବିଛା – ଆଜିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ । ଶୁଭ ଅଙ୍କ ଲାଲ୍ । ଶୁଭ ଅଙ୍କ ୭ ।
ଧନୁ – କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଆଜି ଯଥା ସମୟରେ ହୋଇଯିବ । ସଫଳତା ପାଇବା ଯୋଗୁଁ ମନ ଖୁସି ରହିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ମକର – ଦୀର୍ଘ ଦିନରୁ ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
କୁମ୍ଭ – ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ମୀନ– ଆଜି ଆକସ୍ମିକ ଭାବରେ ଦୂରସ୍ଥାନକୁ ଯିବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।