ରାଶିଫଳ

ବୁଧବାରର ରାଶିଫଳ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ସତ୍ୟଶିଖା ୧୭/୦୨/୧୦୨୧ : ମେଷ – ଆଜି କର୍ମକ୍ଷେତ୍ରରେ କିଛି ସମସ୍ୟା ନେଇ ଚିନ୍ତିତ ରହି ପାରନ୍ତି । ମିତ୍ରମାନେ ସୁବିଧାବାଦୀ ଭଳି କାମ କରିବେ, ଯାହାକି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।

ବୃଷ – ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମିଥୁନ – କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ପାରିବାରିକ ସମସ୍ୟା ପୂର୍ବପରି ରହିବା ସଙ୍ଗକୁ ସାଧାରଣ କଥାକୁ କେନ୍ଦ୍ର କରିମଧ୍ୟାହ୍ନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୮ ।

କର୍କଟ – ଆଜି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରୁ ଧୋକା ଖାଇବାକୁ ପଡିବ । ପରିବାରର ଆବଶ୍ୟକତାକୁ ନେଇ ମନୋରଞ୍ଜନ ଜିନିଷ କ୍ରୟ ସକାଶେ ମନ ବଳାଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ସିଂହ – କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ମୂଲ୍ୟବାନ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।

କନ୍ୟା – ସ୍ଥଗିତ କାର୍ଯ୍ୟ ସାଧନ ସକାଶେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୯ ।

ତୁଳା – ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ମାଙ୍ଗଳିକଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବିଛା – ଜୀବନଯାତ୍ରାକୁ ଶୃଙ୍ଖଳିତ ରଖିବା ହେତୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବ । ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହୋଇପାରନ୍ତି । ଶୁଭ ଅଙ୍କ ଲାଲ୍‌ । ଶୁଭ ଅଙ୍କ ୨ ।

ଧନୁ – ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଚେଷ୍ଟା କଲେ ଉପକୃତ ଅବଶ୍ୟ ହେବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।

ମକର – ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁଁ ପ୍ରଗତି ହୋଇପାରିବ ନାହିଁ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାରୁ ମନ ଭଲ ରହି ନ ପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।

କୁମ୍ଭ – ଗତକାଲିର ଆଲୋଚନା ଓ ଯୋଜନା ଅନୁଯାୟୀ କାମ କଲେ ଅବଶ୍ୟ ଉପକୃତ ହେବେ । ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୭ ।

ମୀନ- ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ସହକର୍ମୀଙ୍କ ସହ ଅବସର ସମୟରେ ଆଳାପ ଆଲୋଚନା ରେ ସମୟ କଟାଇବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।

Show More
Back to top button