ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପକ୍ଷେ ଅଧିକ ଲାଭଦାୟକ ଫୁଲକୋବି ନା ବ୍ରୋକୋଲି ଜାଣନ୍ତୁ l

ସତ୍ୟଶିଖା ( ଭୁବନେଶ୍ୱର ) ୨୦/୦୨/୨୦୨୧ : ଶୀତ ଦିନରେ ବଜାରରେ ଅନେକ ପ୍ରକାର ପନିପରିବା ଉପଲବ୍ଧ । କୋବି ଶୀତ ଦିନର ଏକ ମୁଖ୍ୟ ପରିବା । ନୂଆ ନୂଆ ବଜାରକୁ ଫୁଲ କୋବି ଆସିଲେ ଲୋକେ ଭାରି ଆଗ୍ରହର ସହ କିଣି ନିଅନ୍ତି । ଫୁଲ କୋବି ଖାଇବାକୁ ବି ଲୋକେ ଭାରି ପସନ୍ଦ କରନ୍ତି । ଫୁଲ କୋବି ଭଳି ଆଉ ଏକ ପରିବା ଯାହା ଲୋକଙ୍କୁ ବହୁତ ପସନ୍ଦ, ତାହା ହେଲା ବ୍ରୋକୋଲି । ଦେଖିବାକୁ ବି ଇଏ ଫୁଲକୋବି ଭଳି କିନ୍ତୁ ଏହାର ରଙ୍ଗ ସବୁଜ। ଫୁଲକୋବି ଭାରତୀୟ ପରିବା ହୋଇଥିବାବେଳେ ବ୍ରୋକୋଲି ବିଦେଶୀ ପରିବା କିନ୍ତୁ ବର୍ତ୍ତମାନ ଭାରତରେ ମଧ୍ୟ ବହୁ ମାତ୍ରାରେ ବ୍ରୋକୋଲି ଚାଷ ହେଉଛି । ପୋଷଣ ମାମଲାରେ ମଧ୍ୟ ଏହି ଦୁଇ ପରିବା ଏକାଭଳି । କିନ୍ତୁ ଦୁଇ ପରିବା ମଧ୍ୟରେ ପୋଷାକ ମାତ୍ରା ଭିନ୍ନ ଭିନ୍ନ ।

ଆଜିକାଲି ଲୋକେ ବ୍ରୋକୋଲି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ବ୍ରୋକୋଲି ଅଧିକ ଲାଭଦାୟକ । କିଛି ସ୍ଥାନରେ ଲୋକେ ବ୍ରୋକୋଲିକୁ ସବୁଜ କୋବି ମଧ୍ୟ କହିଥାନ୍ତି । ଏହାକୁ ସାଲାଡ୍ ଭଳି ମଧ୍ୟ ବ୍ୟବହାର କରାଯାଏ । ଭାରତରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ରୋକୋଲି ଏତେ ଲୋକପ୍ରିୟ ନୁହେଁ କିନ୍ତୁ ଧୀରେ ଧୀରେ ଲୋକେ ଏହାକୁ ପସନ୍ଦ କରୁଛନ୍ତି ।

କୋବି ଓ ବ୍ରୋକୋଲିର ଫାଇଦା :

  • କୋବିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ ଓ ଖଣିଜ ସହ ଭିଟାମିନ-ଏ,ବି,ସି, ଆୟୋଡିନ ଓ ପୋଟାସିୟମ ରହିଛି । ଏହା ସ୍ୱାସ୍ଥ୍ୟ ପାଇଁ ହିତକର । ଅପରପକ୍ଷରେ ବ୍ରୋକୋଲିରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋକେମିକାଲ ସହ ଆଇରନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, କ୍ରୋମିୟମ, ପ୍ରୋଟିନ, ଭିଟାମିନ-ଏ ଓ ସି ସମେତ ଅନେକ ପ୍ରକାର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି ।
  •  କୋବି ଓ ବ୍ରୋକୋଲିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଛି । ସିଝା କୋବି ଖାଇ ଓଜନ ଖୁବ ଶୀଘ୍ର କମ କରାଯାଇପାରେ । ଶରୀରର ଆନ୍ତରିକ ସୁଜନ ଦୂର କରିବାକୁ ସିଝା କୋବି ବ୍ୟବହାର କରାଯାଏ । ଅପରପକ୍ଷରେ ବ୍ରୋକୋଲିକୁ ସାଲାଡ଼ ଭଳି ଖାଇବା ହିତକର ହୋଇଥାଏ ।
  • ଏହି ଦୁଇଟି ପରିବାରେ ଆଇସୋଥିୟୋସାଇନେଟ୍ସ ଓ ଗ୍ଲୁକୋସାଇନେଟ୍ସ ରହିଛି । ଏହି ଦୁଇଟି ତତ୍ତ୍ୱ ଶରୀରରେ କ୍ୟାନ୍ସର ସେଲ୍ସ ଉତ୍ପନ୍ନ ହେବାରେ ରୋକିଥାନ୍ତି । କୋବି ଅପେକ୍ଷା ବ୍ରୋକୋଲିରେ ଅଧିକ ମାତ୍ରାରେ ଏହି ତତ୍ତ୍ୱ ରହିଛି ।
  • କୋବି ଓ ବ୍ରୋକୋଲିକୁ ଶିଝେଇ ଖାଇବା ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହାକୁ ସ୍ୱାଦିଷ୍ଟ କରିବାକୁ ସିଝେଇବା ପରେ ଏଥିରେ କଳା ଲୁଣ ଓ ଆମଚୁର ପାଉଡର ପ୍ରୟୋଗ କରାଯାଇପାରିବ ।
  • ଶୀତ ଦିନରେ ଶରୀରରେ ରକ୍ତ ସଞ୍ଚାଳନ ଧୀର ହୋଇଯାଇଥାଏ । ସେଥିପାଇଁ ଶୀତ ଦିନେ କୋବି ଓ ବ୍ରୋକୋଲି ସେବନ ଦ୍ୱାରା ରକ୍ତ ସଞ୍ଚାଳନ ସାମାନ୍ୟ ସ୍ଥିତିକୁ ଆସିଥାଏ ।
Show More
Back to top button