ସତ୍ୟଶିଖା ୨୩ . ୦୮.୨୦୨୦ : ବାସ୍ତୁ ଅନୁସାରେ ଦିଗ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପକାଇବା ସହ ଭବିଷ୍ୟତରେ ଦିଗକୁ ପରିବର୍ତ୍ତନ କରିବାରେ ସହାୟତା କରିଥାଏ । ଯେଉଁଭଳି ଉପଯୁକ୍ତ ଦିଗରେ କରାଯାଇଥିବା କାମ ସଫଳତା ଏବଂ ପ୍ରତିଷ୍ଠା ଆଡ଼କୁ ନେଇ ଯାଇଥାଏ ସେହିଭଳି ବାସ୍ତୁ ଅନୁସାରେ ଠିକ୍ ଦିଗରେ ହୋଇଥିବା ଘର ସୁଖ-ସମୃଦ୍ଧି ପ୍ରଦାନ କରିଥାଏ ।
ଅନେକ ଥର ଏପରି ହୋଇଥାଏ ଯେ ଘରର ନିର୍ମାଣ କରିବା ସମୟରେ ମୁଖ୍ୟ ଦ୍ୱାର ବ୍ୟତୀତ ଅନ୍ୟ ରୁମ୍ ଏବଂ ରୋଷେଇ ଘର ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଆଯାଇନଥାଏ । ଏପରି କ୍ଷେତ୍ରରେ ବାସ୍ତୁର ବିପରୀତ ଅର୍ଥାତ୍ ଭୁଲ୍ ଦିଗ କିମ୍ବା ସ୍ଥାନ ଉପରେ ହୋଇଥିବା ଜିନିଷ ସମସ୍ୟାର କାରଣ ହୋଇଥାଏ ।
ବାସ୍ତୁ ଅନୁସାରେ ଉତ୍ତରମୁଖୀ ଘରକୁ ଭଲ ବୋଲି କୁହାଯାଇଥାଏ । ଘରର ଉତ୍ତର ଦିଗର ବାସ୍ତୁ ଦୋଷ ମୁକ୍ତ ହେବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ :
– ଘରର ଉତ୍ତର ଦିଗରେ ଗେଷ୍ଟ୍ ରୁମ୍ କରିବା ଶୁଭ ହୋଇଥାଏ ।
– ଘରର ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘର ହେବା ଉଚିତ୍ ।
– ଘରର ଈଶାନ କୋଣରେ ପୂଜାସ୍ଥଳ କରନ୍ତୁ ।
– ଘରର ଉତ୍ତର ଦିଗରେ ଟୟେଲେଟ୍,ବାଥରୁମ୍ ବନାନ୍ତୁ ନାହିଁ ।
– ଘରେ ସୁଖ ଶାନ୍ତି ପାଇଁ ଉତ୍ତର ଦିଗରେ ରୋଷେଇ ଘର କରନ୍ତୁ ନାହିଁ ।
– ଘରର ସଦସ୍ୟଙ୍କ ପ୍ରେମ ବଜାୟ ରଖିବା ପାଇଁ ଉତ୍ତର ଦିଗରେ କୌଣସି ଭଙ୍ଗା କାନ୍ଥ କିମ୍ବା କାନ୍ଥରେ ଫାଟ ନ ହେବା ଉଚିତ୍ ।
– ଭୂମିଗତ ଓ୍ବାଟର ଟ୍ୟାଙ୍କ ଉତ୍ତର-ପୂର୍ବରେ ନିର୍ମାଣ କରନ୍ତୁ,ଏହା ଦ୍ୱାରା ଘରର ସଦସ୍ୟଙ୍କ ଧନ ସଞ୍ଚୟ କରିବାରେ ସହାୟତା ମିଳିଥାଏ ।
– ଉତ୍ତର ଦିଗ ଆଡ଼କୁ ଖୋଲା ଛାତ ରଖିବା ଦ୍ୱାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
– ଯଦି ଆପଣଙ୍କ ଘରେ କାମବାଲି ଅଛନ୍ତି ତେବେ ତାଙ୍କ ରୁମ୍ ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍ ।