ଜୁଲାଇ ୨୩ ଗୁରୁବାର କେମିତି ରହିବ ଆଜିର ଦିନଟି ଜାଣନ୍ତୁ l

ସତ୍ୟଶିଖା ୨୩.୦୭.୨୦୨୦ :

ମେଷ – ରବି କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସ୍ଥିିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖା ଦେଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବୃଷ – ଧନସ୍ଥ ରାହୁ ଧନହାନି କିମ୍ବା ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବିବାଦ ସୃଷ୍ଟି କରିପାରେ । ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମିଥୁନ – ଟିକିଏ କଥାରେ ଉତ୍ତେଜିତ ହୋଇପଡିବା ଦ୍ୱାରା ସମସୟା ବଢିଯିବ । ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ର୍କକଟ – ଭାଗ୍ୟାଧିପ ନୀଚସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବ l ସଙ୍ଗକୁ ମାମୁଲି ଘଟଣାରେ କଳହ ଲାଗିପାରେ । ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ସିଂହ – ଚତୁର୍ଥକୁ ଶୁକ୍ରଙ୍କ ଦୃଷ୍ଟି କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସୀରେ କଟାଇବ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କନ୍ୟା – କେତୁଙ୍କ ଅବସ୍ଥାନ ପ୍ରଭାବରେ ପାରିବାରିକ ଅଶାନ୍ତି ଓ କଳହ ଦେଖା ଦେବ । ବାକ୍ ଅସଂଯମତା ଯୋଗୁଁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ତୁଳା – ସ୍ୱଗୃହୀ ଶନି ଶତ୍ରୁ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ ଜୀବନରେ ଛୋଟ କଥାରୁ ଅଶାନ୍ତି ଉପୁଜିବ । ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ବିଛା – ମଙ୍ଗଳଙ୍କ ଦୃଷ୍ଟି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଯେଉଁ କାମ କରିବେ ସୁବିଧାରେ ସମ୍ପନ୍ନ ହେବ । କିନ୍ତୁ ନିଜର ପାଖ ଲୋକମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – ଶନି ଓ ରାହୁଙ୍କ କୁପ୍ରଭାବରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଭୁଲ୍ ଧାରଣା ପୋଷଣ କରିପାରେ । କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ମକର – ଶୁକ୍ରଙ୍କ ଶୁଭତ୍ୱର ପୂର୍ବସ୍ଥିରୀକୃତ ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଧନସ୍ଥ ତୃତୀୟାଧିପ ହେତୁ ବନ୍ଧୁମାନଙ୍କ ସହ-ଯୋଗରେ ଦୀର୍ଘଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମୀନ – ଶୁକ୍ର ତୃତୀୟସ୍ଥ ଯୋଗୁଁ ଅନ୍ୟମାନଙ୍କୁ ମନେଇ ଆପଣାର କରିବାରେ ସମର୍ଥ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

Exit mobile version