ଜୀବନମନ୍ତ୍ର

ହସ୍ତରେଖାରୁ ଜାଣନ୍ତୁ କେଉଁ ଦେବାଦେବୀଙ୍କୁ ପୂଜା କଲେ ମିଳିବ ସୁଫଳ l

ସତ୍ୟଶିଖା ( ଭୁବନେଶ୍ୱର ) ୨୮ .୦୮.୨୦୨୦ :  ହସ୍ତରେଖାରେ କେବଳ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିନଥାଏ ବରଂ ଜୀବନ ସହ ଜଡିତ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ | ହସ୍ତରେଖା ମାଧ୍ୟମରେ ଆମେ ଜାଣିପାରିବ ଯେ କେଉଁ ଦେବାଦେବୀଙ୍କୁ ପୂଜା କଲେ ସୁଫଳ ମିଳିବ | କୌଣସି ଦେବାଦେବୀଙ୍କୁ ଆରାଧନା କରିବା ଭୁଲ ନୁହେଁ | ସତ ମନରେ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସୁଫଳ ମିଳିଥାଏ | କିନ୍ତୁ ଯଦି ଜଣେ ନିଜ ଆରାଧ୍ୟ ଦେବାଦେବୀ କିମ୍ବା ଇଷ୍ଟ ଦେବାଦେବୀଙ୍କୁ ପୂଜା କରନ୍ତି ତାହେଲେ ସମ୍ପୂର୍ଣ ଫଳ ପ୍ରାପ୍ତ ହୋଇଥାଏ | ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟ ଭିନ୍ନ ଭିନ୍ନ ହୋଇଥାଏ | ପ୍ରତ୍ୟେକ ବ୍ୟକ୍ତିଙ୍କ ଆରାଧ୍ୟ ଦେବାଦେବୀ ମଧ୍ୟ ଭିନ୍ନ ଭିନ୍ନ ଥାଆନ୍ତି | ସେଥିପାଇଁ ଫଳ ମଧ୍ୟ ଅଲଗା ଅଲଗା ମିଳିଥାଏ | ତେବେ ଆମ ଆରାଧ୍ୟ ଦେବାଦେବୀ କିଏ ତାହା ଜାଣିବାରେ ହସ୍ତରେଖା ଆମର ସାହାଯ୍ୟ କରିପାରେ |

ହସ୍ତରେଖା ଶାସ୍ତ୍ର ଅନୁସାରେ ଆମେ ଜାଣିପାରିବା କେଉଁ ବ୍ୟକ୍ତିଙ୍କର ଆରାଧ୍ୟ ଦେବତା କିଏ:

  • ହାତରେ ଯଦି ହୃଦୟ ରେଖାର ଅନ୍ତରେ ଏକ ଶାଖା ବାହାରି ଗୁରୁ ପର୍ବତରେ ଯାଇ ସମାପ୍ତ ହୁଏ ତାହେଲେ ସେହି ବ୍ୟକ୍ତିଙ୍କୁ ହନୁମାନଙ୍କ ପୂଜା କରିବା ଉଚିତ |
  • ଯଦି ବ୍ୟକ୍ତିଙ୍କ ହାତରେ ହୃଦୟ ରେଖାରେ ତ୍ରିଶୂଳ ଆକାର ଚିହ୍ନ ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟ ପର୍ବତ ଦବି ଯାଇଥିବ ତାହେଲେ ସୂର୍ଯ୍ୟଦେବଙ୍କ ପୂଜା କଲେ ସୁଫଳ ମିଳିବ |
  • ଯଦି କୌଣସି ଜାତକର ହୃଦୟ ରେଖା ଓ ମସ୍ତିସ୍କ ରେଖା ମିଳିତଥିବ କିମ୍ବା ମସ୍ତିସ୍କ ରେଖା ହାତରେ ଥିବ ମଙ୍ଗଳ କ୍ଷେତ୍ର ଯାଏଁ ଯାଇଥିବ ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କର ହୃଦୟ ରେଖା ଭାଙ୍ଗିଯାଇଥାଏ ଏବଂ ହୃଦୟ ରେଖାରୁ ଅନେକ ରେଖା ବାହାରି ମସ୍ତିସ୍କ ରେଖା ଯାଏଁ ଆସିଥାଏ ତାହେଲେ ମା ଭଗବତୀଙ୍କ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ରେଖାକୁ ଯଦି କୌଣସି ମୋଟା ରେଖା କାଟିଦେଇଥାଏ କିମ୍ବା ଭାଗ୍ୟ ରେଖା ଖଣ୍ଡିତ ହୋଇଥାଏ କିମ୍ବା ଭାଗ୍ୟ ରେଖାରେ କୌଣସି ପ୍ରକାର ଦୋଷ ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ |
Show More
Back to top button