ସତ୍ୟଶିଖା :୩୦/୦୪/୨୦୨୫:ହାଫିଜ୍ ସୟିଦର ଗୁପ୍ତ ଆଡ୍ଡାର ମିଳିନି ସନ୍ଧାନ । ହାଫିଜ୍ ଲାହୋରରେ ଥିବା ସୁନିଶ୍ଚିତ ହୋଇଛି। ସାଟେଲାଇଟ୍ ଚିତ୍ର ଓ ଭିଡିଓଗୁଡ଼ିକ ହାଫିଜ୍ ର ଘର ଲାହୋରରେ ଥିବା ନିଶ୍ଚିତ କରଯାଇଛି । ଫଟୋଗୁଡ଼ିକରେ ହାଫିଜର ଘର ସ୍ପଷ୍ଟ ଭାବରେ ଦେଖାଯାଉଛି । ତେବେ ସେ ଏଠାରେ ଲୋକଙ୍କ ଭିତରେ ଆରାମରେ ଦିନ କାଟୁଛି । ହାଫିଜ୍ ସୟିଦ ପାକିସ୍ତାନ ସରକାରଙ୍କ କଡ଼ା ସୁରକ୍ଷା ମଧ୍ୟରେ ଲାହୋରର ଜୋରମ୍ ଟାଉନରେ ରହୁଛି । କୁହାଯାଉଛି ଯେ ହାଫିଜର ସୁରକ୍ଷା ତିନୋଟି ସ୍ତରରେ କରାଯାଉଛି । ଏହା ବ୍ୟତୀତ, ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ୨୪ ଘଣ୍ଟା ସଜାଗ ରହିଛନ୍ତି। ରିପୋର୍ଟ ଅନୁସାରେ, ହାଫିଜ୍ ସୟିଦର ଗୁପ୍ତ ଆଡ୍ଡାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଜାଣିବାକୁ ମିଳିଛି ଯେ ହାଫିଜ୍ ତାଙ୍କ ପରିବାର ସହିତ ବିଲ୍ଡିଂ ନମ୍ବର ଏକରେ ରୁହନ୍ତି । ଯାହାର ଠିକ୍ ସାମ୍ନାରେ ରହିଛି ହାଫିଜର ବ୍ୟକ୍ତିଗତ ପାର୍କ ।
ସମାନ କମ୍ପ୍ଲେକ୍ସର ଦ୍ୱିତୀୟ କୋଠାରେ ଏକ ମନ୍ଦିର ଓ ମଦ୍ରାସା ରହିଛି । ଯାହାର ତଳେ ରହିଛି ବଙ୍କର । ଯେଉଁଠି ବିପୁଳ ସଂଖ୍ୟାରେ ଅଛନ୍ତି ସୁରକ୍ଷାବଳ । ଆଉ ଏଇଠୁ ସବୁକିଛି ଅପରେଟ୍ କରୁଛି ହାଫିଜ୍ । ଲସ୍କର-ଏ-ତୋଇବା ପ୍ରତିଷ୍ଠାତା ହାଫିଜ୍ ସୟିଦକୁ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରାଯାଏ । ଜାତିସଂଘ ହାପିଜ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି । ଲସ୍କରର ମୁଖ୍ୟାଳୟ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେରେ ବୋଲି ଚର୍ଚ୍ଚା ହୁଏ । କୁହାଯାଉଛି ଯେ ଭାରତ ପାକିସ୍ତାନ ବିରୋଧରେ ନିଜର ସାମରିକ କାର୍ଯ୍ୟାନୁଷ୍ଠାନରେ ଏଠାରେ ଆକ୍ରମଣ କରିପାରେ। ହାଫିଜ୍ ଏବଂ ଲସ୍କର ଭାରତ ପାଇଁ ସବୁଠାରୁ ବଡ଼ ବିପଦ କାରଣ । ସେମାନେ କାଶ୍ମୀର ଓ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେଉଛନ୍ତି। କହିବାକୁ ଗଲେ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ପ୍ରାଣ ହରାଇଥିଲେ ୨୫ରୁ ଅଧିକ ନୀରିହ ଜନତା । ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢିବାରେ ଲାଗିଛି ଉତ୍ତେଜନା । ଭାରତ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଆତଙ୍କବାଦ ବିରୋଧରେ ବଜାଇଛନ୍ତି ବିଗୁଲ । ଏହି ସମୟରେ, ପାକିସ୍ତାନ ହାଇ ଆଲର୍ଟ ମୋଡ୍ରେ ଅଛି।