ସତ୍ୟଶିଖା ୨୬/୦୧/୨୦୨୧ : ଆଗେ ଆଗେ ବାଇକରେ ଚୋର, ପଛେ ପଛେ କାରରେ ଗୋଡାଉଛି ପୁଲିସ । କୌଣସି ଫିଲ୍ମର ଦୃଶ୍ୟ ଭଳି ଲାଗୁଥିଲେ ବି ଏହି ଘଟଣାଟି ସତ । ଏହି ଚିତ୍ର ଆସିଛି ସମ୍ବଲପୁର ରେଙ୍ଗାଲୀ ଅଂଚଳରୁ । ସୂଚନା ଅନୁସାରେ ଜଣେ ଚାଷୀ ଗତ ୧୫ ତାରିଖରେ ରୋଙ୍ଗାଲୀ କୋପରେଟିଭ ବ୍ୟାଙ୍କରୁ ନିଜ ଧାନ ବିକ୍ରି ଟଙ୍କା ବାହାର କରି ଗାଡି ଡିକିରେ ରଖିଥିଲେ । ପାହାରପାଲି ଗାଁର ଚାଷୀ ପ୍ରମୋଦ ପଟେଲ ଗାଡି ଡିକିରେ ଟଙ୍କା ରଖିଥିବା ବେଳେ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଧରି ଫେରାର ମାରିଥିଲା ଚୋର ।
ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ
