ନ୍ୟୁଜ୍ରାଜ୍ୟ

ମାଛ ମାର୍କେଟରେ ଦୁଇ ବେପାରୀଙ୍କ ମଧ୍ୟରେ ହଣାକଟା

ସତ୍ୟଶିଖା (ଭୁବନେଶ୍ୱର) ୦୯.୦୩.୨୦୨୨: ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ହଣାକଟା ହୋଇଥିବା ଜଣାପଡିଛି । ଏହି ହଣାକଟାରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ବୁଧବାର ଆମିଷ ବାର ଥିବାରୁ ମାଛ ମାର୍କେଟରେ ପ୍ରବଳ ଭିଡ ଜମିଥିଲା । ହଠାତ ମାଛ ବିକ୍ରିକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ତାହା ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା ।

ଦୁଇ ଜଣ ବ୍ୟବସାୟୀ ପନିକିରେ ହଣାହଣି ହୋଇଥିଲେ । ଫଳରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More
Back to top button