ବିଭିନ୍ନ ରୋଗରୁ ରକ୍ଷା କରିବ ମେଥି ଶାଗ


ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୨.୨୦୨୨ : ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ବହୁ ପ୍ରକାରର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, କପର୍ ଆଦି ପ୍ରଚୁର ପରିମାଣରେ ରହିଛି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ।
-ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ । ଖାସ କରି ଶୀତଦିନେ ଏହି ଶାଗଟିକୁ ଦେଖିବାକୁ ମିଳିଥାଏ । ମେଥିକୁ ଆମେ ଯେକୌଣସି ଉପାୟରେ ରାନ୍ଧିକି ଖାଇଲେ ମଧ୍ୟ ଲାଭ ମିଳିଥାଏ । ମେଥିର ପ୍ରସ୍ତୁତ ରୁଟି ,ପରଟା ଇତ୍ୟାଦି ଦେହ ପାଇଁ ଅତ୍ୟନ୍ତ ଉପଯୋଗୀ ।
– ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ। ଯେଉଁମାନଙ୍କର ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ।
-ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ମେଥି ଶାଗ ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ମେଥି ପତ୍ରରେ ଅନେକ ଶକ୍ତିଶାଳୀ ଗୁଣ ରହିଛି ,ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହଟାଇ ଭଲ କୋଲେଷ୍ଟ୍ରଲକୁ ସ୍ଥାପନ କରିବା ପାଇଁ ଶୀତଦିନେ ନିଜ ଖାଦ୍ୟରେ ମେଥି ସାମିଲ କରନ୍ତୁ।
-ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ମେଥି ଅଧିକାଂଶ ରୋଗକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେହିଭଳି ମେଥି ଶାଗକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଔଷଧର ସ୍ଥାନ ଦିଆ ଯାଇଛି ।
-ମେଥି ଶାଗ କିମ୍ବା ମେଥି ଦାନା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।