ସତ୍ୟଶିଖା ୦୫/୦୧/୨୦୨୧ : କରୋନା ଭୂତାଣୁ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ । କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।
ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ
ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ
ସାରା ବିଶ୍ୱକୁ ଘାରିଛି ଚିନ୍ତା
କୋଭିଡ ୧୯ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ଚେତାବନୀ ଦେଇଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି । ଏହାକୁ ଡିଜିଜ-ଏକ୍ସ ବୋଲି କୁହାଯାଉଛି, ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାକ୍ରକ । ୧୯୭୬ମସିହାରେ ଇବୋଲା ଭୂତାଣୁକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୋଫେସର ଜିନ ଜେକ୍ସ ମୁୟେମ୍ବେ କହିଛନ୍ତି ଯେ, ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି । ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟରୁ ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏକ ଏପରି ବିଶ୍ୱରେ ବସବାସ କରୁଛି ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ମୁଁ ଅନୁମାନ କରୁଛି ଯେ, ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।