ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କରୋନା ଭୟ ସରିନି , ମାଡି ଚାଲିଲାଣି ବାର୍ଡ ଫ୍ଲୁ ଭୂତାଣୁ

ସତ୍ୟଶିଖା ୦୬/୦୧/୨୦୨୧ : କରୋନା ଯାଇନାହିଁ, ଆସିଗଲାଣି ବାର୍ଡ ଫ୍ଲୁ । ସାରାଦେଶକୁ ଘାରିଲାଣି ବାର୍ଡ ଫ୍ଲୁ ଭୂତାଣୁର ଭୟ । ଦେଶୀ, ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ପରେ ରାଜ୍ୟଗୁଡିକ ଆଲର୍ଟ ହୋଇଯାଇଛନ୍ତି । ହିମାଚଳ ପ୍ରଦେଶରୁ ନେଇ କେରଳ ଏବଂ ଗୁଜରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବାର୍ଡ ଫ୍ଲୁର ପଦଚିହ୍ନ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ମାମଲା କେରଳ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ୨୫ ଡିସେମ୍ବରରେ ରାଜସ୍ଥାନରୁ ପ୍ରଥମେ ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଝାଲୱରରେ ଥିବା ବାଲାଜୀ ମନ୍ଦିର ପରିସରରେ ଏକାଧିକ କାଉ ମରି ପଡିଥିବା ଦେଖିବାକୁ ମିଳିବା ପରେ ପ୍ରଶାସନର ଚିନ୍ତା ବଢିଯାଇଥିଲା । କେତେକ ସ୍ଥାନରେ ଶୀତଦିନେ ଆସୁଥିବା ବିଦେଶାଗତ ପକ୍ଷୀ ମଧ୍ୟ ମରି ପଡିଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଗତ ୫ ଦିନ ଭିତରେ ଏହିଭଲି ସଂଖ୍ୟାଧିକ କାଉ ଓ ବଗ ମୃତ୍ୟୁ ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ପରୀକ୍ଷାରୁ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରେ କୁକୁଡା ଚାଷୀଙ୍କୁ ଆଲର୍ଟ କରାଯାଇଛି ।

ବିଭିନ୍ନ ଜିଲ୍ଲା ପ୍ରଶାସନ କୁକୁଡା ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରିଛନ୍ତି । କେରଳରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ସରକାର ଏହାକୁ ରଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ରାଜ୍ୟର ଦୁଇଟି ଜିଲ୍ଲା କୋଟ୍ଟାୟମ ଓ ଆଲପୁଜାରେ ସଂଖ୍ୟାଧିକ ବତକ ଓ ଅନ୍ୟ ପକ୍ଷୀ ମରିଥିବା ଦେଖିବାକୁ ମିଳିଛି । ବାର୍ଡ ଫ୍ଲୁର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏହି ଦୁଇ ଜିଲ୍ଲାରେ ୪୦ ହଜାର ପକ୍ଷୀ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଂଚଳରେ ବାର୍ଡ ଫ୍ଲୁ ଦେଖାଯାଉଛି ତାର ୧ କିଲୋମିଟର ପରିଧିରେ ଥିବା ଫର୍ମଗୁଡିକରେ ପକ୍ଷୀ ମାରିବାକୁ କୁହାଯାଇଛି ।

Show More
Back to top button