ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦ : ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେଲେ ହାଜର । ଏହାସହ ଅଭୟକାନ୍ତଙ୍କ ଡ୍ରାଇଭର ଓ ପୁତୁରାକୁ ଅଟକ ରଖିଛି ଭିଜିଲାନ୍ସ । ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କ ନିକଟରୁ ଅମାପ ଧନ ସମ୍ପତ୍ତି ଜବତ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ ।
ଗିରଫ ହେଲେ ପାଠକ ବାପ-ପୁଅ
