ସତ୍ୟଶିଖା (ଭୁବନେଶ୍ୱର) ୦୪/୧୨/୨୦୨୦ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ପରେ ଝାରପଡା ଜେଲରେ ରାତି କାଟିଛନ୍ତି । ଆଜି ସକାଳୁ ଜଳଖିଆ ଭାବେ ତାଙ୍କୁ ଘୁଘୁନି-ଉପାମା ଦିଆଯାଇଛି । ଅନ୍ୟପଟେ ଶ୍ବଶୁର ଏବଂ ଭାବି ଜ୍ବାଇଁ ମୁହାଁମୁହିଁ ହୋଇପାରନ୍ତି । କ୍ରାଇମବ୍ରାଞ୍ଚ ରିମାଣ୍ଡ ନେଇ ପଚରାଉଚରା କରିପାରେ । ଅନ୍ୟପଟେ ପାଠକଙ୍କ ବିରୋଧରେ ପଡ଼ିଥିବା ପିଟିସନକୁ ନେଇ ଭିଜିଲାନ୍ସ ଟିମ୍ର ଖୋଳତାଡ଼ ଆରମ୍ଭ କରିଛି I ବୌଦ୍ଧରେ ଥିବା ବେଳେ ୭ ରୁ ଅଧିକ ପିଟିସନ ପଡିଥିଲା I
ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଏବେ ତଦନ୍ତକାରୀ ଟିମ୍ ସ୍କାନରରେ ଆସିଛନ୍ତି । ଦିଲ୍ଲୀପ ଗତ ଅକ୍ଟୋବର ୧୫ ତାରିଖରେ ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା ହୋଇଥାଇପାରେ ବୋଲି ଟିମ୍ ସନ୍ଦେହ କରୁଛି । ଏନେଇ ଦିଲ୍ଲୀପଙ୍କୁ ଜେରା କରାଯାଇପାରେ ।