
ସତ୍ୟଶିଖା (ଭୁବନେଶ୍ୱର) ୦୪/୧୨/୨୦୨୦ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ପରେ ଝାରପଡା ଜେଲରେ ରାତି କାଟିଛନ୍ତି । ଆଜି ସକାଳୁ ଜଳଖିଆ ଭାବେ ତାଙ୍କୁ ଘୁଘୁନି-ଉପାମା ଦିଆଯାଇଛି । ଅନ୍ୟପଟେ ଶ୍ବଶୁର ଏବଂ ଭାବି ଜ୍ବାଇଁ ମୁହାଁମୁହିଁ ହୋଇପାରନ୍ତି । କ୍ରାଇମବ୍ରାଞ୍ଚ ରିମାଣ୍ଡ ନେଇ ପଚରାଉଚରା କରିପାରେ । ଅନ୍ୟପଟେ ପାଠକଙ୍କ ବିରୋଧରେ ପଡ଼ିଥିବା ପିଟିସନକୁ ନେଇ ଭିଜିଲାନ୍ସ ଟିମ୍ର ଖୋଳତାଡ଼ ଆରମ୍ଭ କରିଛି I ବୌଦ୍ଧରେ ଥିବା ବେଳେ ୭ ରୁ ଅଧିକ ପିଟିସନ ପଡିଥିଲା Iବେଆଇନ ପ୍ରମୋସନ ନେଇ ବୌଦ୍ଧ ଫରେଷ୍ଟର ପକେଇଥିଲେ ପିଟିସନ I ଅରଣ୍ୟ ଭବନ ରେଡ୍ ବେଳେ ଭିଜିଲାନ୍ସ ସାମ୍ନାକୁ ଆସିଥିଲା ଏହି ବିସ୍ଫୋରକ ତଥ୍ୟ ।ସେହିପରି ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ । ଖାରବେଳନଗର ଥାନା ପକ୍ଷରୁ ଲେଖା ଯାଇଛି ଚିଠି । ଆତ୍ମଘୋଷିତ ଆକାଶ ପାଠକ ଟାଟାର ଏମ୍ଡି କି ନୁହେଁ ସତ ଜାଣିବାକୁ ଚିଠି ଲେଖିଛି ପୋଲିସ । ନିଜକୁ ଟାଟାର ଏମ୍ଡି କହି ସ୍କାଏକିଂ ନାମକ ଟ୍ରାଭେଲ ସଂସ୍ଥା କୁ ଠକିଥିବା ନେଇ ଖାରବେଳନଗର ଥାନାରେ ଆକାଶ ନାଁରେ ରହିଛି ଅଭିଯୋଗ । ଟାଟା ପକ୍ଷରୁ ଉତ୍ତର ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।
ଅନ୍ୟପଟେ ଗୁରୁବାର ଠକେଇ ଅଭିଯୁକ୍ତ ଭାବେ ଦଫା ୪୨୦, ୪୨୧ରେ ଗିରଫ ହୋଇ ଜେଲ୍ ଯାଇଛନ୍ତି ଡ. ପ୍ରଦୀପ ପାଣିଗ୍ରାହୀ । ଛାତ୍ରବସ୍ଥାରୁ ରାଜନୀତି ଆରମ୍ଭ କରିଥିବା ପ୍ରଦୀପଙ୍କ ପଲିଟିକାଲ୍ କ୍ୟାରିୟର୍ ଏବେ ଡୁବିଯିବାକୁ ବସିଥିବା ଆଶଙ୍କା କରାଯାଉଛି । ଇଓଡବ୍ଲ୍ୟୁ ଅଫିସ୍ରେ ଜେରା ପରେ ରାତି ପ୍ରାୟ ୮ଟା ବେଳେ କ୍ୟାପିଟାଲ ହସ୍ପିଟାଲ୍ରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତା’ପରେ କରୋନା ଟେଷ୍ଟ କରାଯାଇଥିଲା । ନେଗେଟିଭ୍ ରିପୋର୍ଟ ଆସିଲା ପରେ ତାଙ୍କୁ କୋର୍ଟକୁ ନିଆଯାଇଥିଲା । କୋର୍ଟ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ସାଢ଼େ ୧୦ଟା ବେଳେ ଝାରପଡା ଜେଲ୍କୁ ନିଆଯାଇଥିଲା । ତାଙ୍କୁ ଗୋଟିଏ କମ୍ବଳ, ଗୋଟିଏ ଷ୍ଟିଲ୍ ଥାଳି ଓ ଗୋଟିଏ ତାଟିଆ ଦିଆଯାଇଥିଲା । ଏହାକୁ ନେଇ ପ୍ରଦୀପ ଜେଲ୍ ଭିତରକୁ ଯାଇଥିଲେ ।
ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଏବେ ତଦନ୍ତକାରୀ ଟିମ୍ ସ୍କାନରରେ ଆସିଛନ୍ତି । ଦିଲ୍ଲୀପ ଗତ ଅକ୍ଟୋବର ୧୫ ତାରିଖରେ ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା ହୋଇଥାଇପାରେ ବୋଲି ଟିମ୍ ସନ୍ଦେହ କରୁଛି । ଏନେଇ ଦିଲ୍ଲୀପଙ୍କୁ ଜେରା କରାଯାଇପାରେ ।