ସତ୍ୟଶିଖା (ନୀଳଗିରି) ୦୧/୧୨/୨୦୨୦ : ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା ଅଭିଯୋଗ । ନୟାଗଡ ଜିଲ୍ଲା ପରୀ ହତ୍ୟା ନେଇ ସାରାରାଜ୍ୟରେ ଉତେଜନା ଥମି ନଥିବାବେଳେ ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଂଚଳରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ଯାହାକୁ ନେଇ ସ୍ଥାନୀୟ ଅଂଚଳଠାରୁ ଆରମ୍ଭ କରି ବାଲେଶ୍ୱର ମେଡିକାଲ ପର୍ଯ୍ୟନ୍ତ ସବୁଠି ଚାପା ଉତେଜନା ଲାଗି ରହିଛି ।
ଅଭିଯୋଗ ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟା ସମୟରେ ନୀଳଗିରି ବାଘମରା ଅଂଚଳର ଜଣେ ନାବାଳିକା ଗାଧୋଇବା ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଂଚଳରେ ଥିବା ଏକ ଇଟାଭାଟିର ମାଲିକ ଓ ତାଙ୍କ ମ୍ୟାନେଜର ଦୁଇଜଣ ନାବାଳିକାଙ୍କୁ ଉଠାଇ ନେଇଥିଲେ । ସେ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କ ସହ ଦୁଷ୍କର୍ମ କରିଥିଳେ । ଦୁଷ୍କର୍ମ ପରେ ଉଭୟ ନାବାଳିକାଙ୍କୁ ମାଡ ମାରିବା ସହ ବଳପୂର୍ବକ ବିଷ ପିଆଇ ଦେଇଥିଲେ । ତେଣୁ ବହୁ କଷ୍ଟରେ ନାବାଳିକା ଜଣଙ୍କ ସେଠାରୁ ଆସି ଘରେ ପହଁଚି ତଳେ ପଡିଯାଇଥିଲେ ।