ରାଜ୍ୟ

ଯୁଦ୍ଧ କୌଶଳ ଓ ନୌସେନା ଜାହାଜ ପାରାଦୀପରେ

ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ପାରାଦୀପରେ ନୌସେନା ଯୁଦ୍ଧ ଜାହାଜ ଓ ଯୁଦ୍ଧ କୌଶଳ ବୁଲି ଦେଖିବେ ମନ୍ତ୍ରୀ, ବିଧାୟକ । ସକାଳୁ ଭୁବନେଶ୍ୱରରୁ ବିଧାୟକ ଓ ମନ୍ତ୍ରୀ ମାନେ ସ୍ଵତନ୍ତ୍ର ବସ୍ ରେ ପାରାଦୀପ ଯିବେ । ୯ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୁଦ୍ରରେ ନୌସେନାର ଯୁଦ୍ଧ କୌଶଳ ଦେଖିବେ ।

ତେବେ ଏଥିପାଇଁ INS ଜଲସ୍ଵ ଓ INS ଶିବାଲିକ୍ ସହ ୩ଟି ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି । ନୌଜାହାଜରୁ କିପରି ଯବାନମାନେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ମୁକାବିଲା କରୁଛନ୍ତି ତାର କୌଶଳ ଦେଖାଇବେ । ଯୁଦ୍ଧ ଜାହାଜରୁ ଲଢୁଆ ହେଲିକପଟର୍ କିପରି ଆକାଶ ମାର୍ଗକୁ ଯାଇ ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରୁଛି, ସେହି କୌଶଳ ମଧ୍ୟ ଦେଖିବେ ଜନ ପ୍ରତିନିଧି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ସମୁଦ୍ରରେ ଯୁଦ୍ଧ କୈଶଳ ଦେଖିବେ ମନ୍ତ୍ରୀ ଓ ବିଧାୟକ ।

Show More
Back to top button