ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର ରହି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ । ଡିସେମ୍ବର ୨୩ ତାରିଖ କୃଷକ ଦିବସରେ ଉପବାସ ରହି କୃଷି ଆଇନକୁ ବିରୋଧ କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି କୃଷକ ସଂଗଠନ ।
ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ
