ଚାଷୀ ବିକ୍ରି କରିବେ ଅନଲାଇନରେ ଫଳ ଓ ପନିପରିବା, ଏହି ରାଜ୍ୟରେ ସରକାର ଲଞ୍ଚ କଲେ ଆପ୍ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦ : କୃଷକଙ୍କ କୃଷି ଉତ୍ପାଦ ବିକିବା ପାଇଁ ଏବେ ନେଟୱର୍କ ବଢ଼ିଲାଣି । ଏବେ ଚାଷୀ କେବଳ ନିଜ ଫସଲକୁ ଦୋକାନରେ ନୁହେଁ ବରଂ ‘ଇ-ମାର୍କେଟ ପ୍ଲସ’ରେ ବିକ୍ରି କରିପାରିବେ । ଏ ପାଇଁ ଆସାମ ସରକାର ଏକ ନୂଆ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନେବାଲା ଆସାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଷୀ ରଥ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି ।ରାଷ୍ଟ୍ରୀୟ ସୂଚନା ବିଭାଗ ଦ୍ୱାରା ଡିଜାଇନ କରାଯାଇଥିବା ଏହି ଆପ ଆସାମ ଏଗ୍ରିବିଜନେସ ଆଣ୍ଡ ରୁରାଲ ଟ୍ରାନ୍ସଫରମେଶନ (ଏପିଏଆରଟି) ଯୋଜନା ଦ୍ୱାରା ଉପଲବ୍ଧ ହେବ । ଏହି ଆପ୍ ତିନିଟି ଭାଷାରେ ପରିଚାଳିତ ହେବ ଅର୍ଥାତ ଅସାମୀ, ହିନ୍ଦୀ ଓ ଇଂରାଜି ଭାଷାର ଅପସନ ଏଥିରେ ରହିବ । ଏହା କେବଳ ଆସାମ ପାଇଁ ନୁହେଁ ଦେଶବ୍ୟାପି ଚାଷୀଙ୍କର କୃଷି ବ୍ୟବସାୟକୁ ଅଗ୍ରାଧିକାର ଦେବାରେ ବଜାର ସୃଷ୍ଟି କରିବ । ଆପ୍ ଜରିଆରେ ଚାଷୀ ଅଧିକ ଲାଭ ଉଠାଇପାରିବେ। ଫଳ ଓ ପନିପରିବା ଉତ୍ପାଦନ ପାଇଁ ଏହା ବରଦାନ ପ୍ରମାଣିତ ହେବ ।
ସୋନେବାଲା କହିଛନ୍ତି ପିଏମ ମୋଦି କ୍ରମାଗତ ଚାଷୀଙ୍କ ଆୟ ଦୁଇଗୁଣା କରିବା ଉପରେ କାମ କରୁଛନ୍ତି । ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସମିତି ନିଧି, ଫସଲ ବୀମା ଯୋଜନା ଓ କିସାନ କ୍ରେଡିଟ୍ କାର୍ଡ ଭଳି ଯୋଜନା ପରିଚାଳିତ କରୁଛନ୍ତି । ଲଏକଡାଉନ ଯୋଗୁ ଚାଷୀ ବହୁ କ୍ଷତି ସହିବାକୁ ପଡ଼ିଛି । ତେବେ ଲକଡାଉନ ପ୍ରାରମ୍ଭର ୭୦ ଦିନ ମଧ୍ୟରେ ଆସାମର ୫ ହଜାରରୁ ଅଧିକ ଚାଷୀ ଆସାମ ଓ ତା’ ବାହାରେ ପ୍ରାୟ ୩୫୭ କୋଟି ଟଙ୍କା ପରିବା ବିକ୍ରି କରିଛନ୍ତି । ତେବେ ଏହି ଆପ ମାଧ୍ୟମରେ ୧୦ ହଜାରରୁ ଅଧିକ ଚାଷୀଙ୍କୁ ଅନଲାଇନ ଇଣ୍ଟରକନେକ୍ଟ କରାଯାଇ ସାରିଛି ।