ଜଳ ଯନ୍ତ୍ରଣାରେ ଛଟପଟ ଚାଷୀ


ସତ୍ୟଶିଖା (ଭୁବନେଶ୍ୱର ) ୨୧.୧୦.୨୦୨୩ : ଜଳ ଯନ୍ତ୍ରଣାରେ ଛଟପଟ ଚାଷୀ, ଜଳସେଚନର ସୁବିଧା ନଥିବାରୁ ଏବେ ମରିବାକୁ ବସିଲାଣି ହେକ୍ଟର ହେକ୍ଟର ଧାନ ଫସଲ । ଯେଉଁ ସମୟରେ ଧାନ ଅମଳ କରି ଚାଷୀ ଘରକୁ ଆଣିବା କଥା ସେଇ ସମୟରେ କ୍ଷେତକୁ ଦେଖି କାନ୍ଦୁଛି ଚାଷୀ । ନୟାଗଡ ଜ଼ିଲ୍ଲା ରଣପୁରରେ ହେକ୍ଟର ହେକ୍ଟର ଚାଷଜମି ଫାଟି ଆଁ କରିଥିବା ବେଳେ ଉଜୁଡି ଯାଇଛି ଧାନ ଫସଲ । ଆରମ୍ଭରୁ ଭଲ ଥିବାରୁ ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳ ସେଚନର ସୁବିଧା ନଥିବାରୁ ଏଭଳି ବର୍ଷ ବର୍ଷ ଧରି କ୍ଷତି ସହୁଛି ଚାଷୀ .
ରଣପୁର ବ୍ଲକର ଅଧିକାଂଶ ଲୋକେ ଚାଷ କାମ ଉପରେ ନିର୍ଭର କରୁଥିବା ବେଳେ ଜଳ ସେଚନର ସୁବିଧା କରାଇଦେବା ପାଇଁ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଚାଷୀକୁଳ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ ଏଥିପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ବିଜେପି ନେତ୍ରୀ ସୁରମା ପାଢ଼ୀ ।