ରାଜ୍ୟ
ଚାଷୀ ସଂଗଠନର ଭାରତ ବନ୍ଦ : ମାଷ୍ଟର କ୍ୟାଂଟିନରେ ବାମଦଳର ପିକେଟିଂ; ଗାଡି ଚଳାଚଳ ଓ ଜୀବନଯାତ୍ରା ସ୍ୱାଭାବିକ


ସତ୍ୟଶିଖା,(ଭୁବନେଶ୍ୱର) ୨୬ .୦୩ .୨୦୨୧ : ରାଜଧାନୀରେ ଚାଷୀ ସଂଗଠନ ଦେଇଥିବା ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ। ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । କୃଷକ ସଂଗଠନର ଏହି ବନ୍ଦକୁ ସମର୍ଥନ କରିଛନ୍ତି ବାମପନ୍ଥି ଓ କଂଗ୍ରେସ । ଅନ୍ୟପଟେ ରାଜଧାନୀରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି ।