ରାଜ୍ୟ

ମିଲ ମାଲିଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦ ପାଇଁ ଜିଲା ଯୋଗାଣ ଅଧିକାରୀ ଙ୍କ କାର୍ଯାଳୟ ଆଗରେ ଚାଷୀଙ୍କ ଧାରଣା

ସତ୍ୟଶିଖା (ବାଲେଶ୍ୱର) ୨୩ /୧୨/୨୦୨୦ : ଖଇରା ବ୍ଲକ, ମିର୍ଜାପୁର ସେବା ସମବାୟ ସମିତି ଅଧିନସ୍ଥ ସାରଡାଙ୍ଗ ଗ୍ରାମ ପଂଚାୟତ, ଝିଙ୍କିରିଆ ଗ୍ରାମ ପଂଚାୟତ, ନନ୍ଦୁର ଗ୍ରାମ ପଂଚାୟତ, ସୁଣ୍ଡିରା ଗଣ୍ଡିବେଡ ଗ୍ରାମ ପଂଚାୟତ ର ଚାଷୀମାନେ ବାଲେଶ୍ୱର ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଥିଲେ l ଘଟଣା ରୁ ପ୍ରକାଶ ଯେ, ଖଇରା ବ୍ଲକ ତାରିଣୀ ଚାଉଳ ମିଲ ମଣ୍ଡି ରୁ ଧାନ ଉଠାଇବାରେ ଚାଷୀ ମାନଙ୍କୁ ୩ ବର୍ଷ ହେଲା ଆର୍ଥିକ, ଶାରିରୀକ, ମାନସିକ ଯନ୍ତ୍ରଣା ଦେଇଆସୁଅଛି l ଠିକ ସମୟରେ ଧାନ ନ ଉଠାଇବାରୁ ଚାଷୀ ମାନଙ୍କର ଟୋକନ ରଦ ହେଇ ଯାଉ ଅଛି l ସେମିତି ରେ ସ୍ଥାୟୀ ଗୋଦାମ ଘର ନଥିବାରୁ, ଗତ ବର୍ଷ ଅନେକ ଚାଷୀ ଙ୍କର ଧାନ ବର୍ଷା ରେ ଭିଜି ଗଜାହୋଇ ନଷ୍ଟ ହୋଇ ଯାଇ ଥିଲା l ଅନ୍ୟ ମିଲ ଚାଷୀ ମାନଙ୍କର ଧାନ ର ମାନକୁ ୩ରୁ ୪ପ୍ରତିଶତ କାଟୁଥିବାବେଳେ, ତାରିଣୀ ମିଲ ଧାନ ର ମାନକୁ ୧୦ରୁ ୧୨ ପ୍ରତିଶତ କାଟୁ ଅଛି l ଚାଷୀ ମାନଙ୍କ ବସ୍ତା ର ମୂଲ୍ୟ ନ ଦେଇ ଧାନ ସହ, ଧାନ ବସ୍ତା ମଧ୍ୟ ନେଇଯାଉଛି l ଏଥି ପାଇଁ ତାରିଣୀ ଚାଉଳ ମିଲ କୁ ମିର୍ଜାପୁର ସେବା ସମବାୟ ସମିତି ରୁ ଧାନ କିଣିବା ପାଇଁ ବାଦ ଦେଇ ଅନ୍ୟ ଯେ କୌଣସି ମିଲ କୁ ନିଯୁକ୍ତି ଦେବା ପାଇଁ ଚାଷୀ ପୂର୍ବତନ ସରପଞ୍ଚ ନବ କିଶୋର କର, ସମିତି ସଭ୍ୟ ଦିଲୀପ ବେହେରା, ଝିଙ୍କିରିଆ ସମିତି ସଭ୍ୟ କୈଳାସ ମାଝୀ, କ୍ରୟ କମିଟି ସଭ୍ୟ ଜୟନ୍ତ ପାତ୍ର, ଚାଷୀ ନାରାୟଣ ପଣ୍ଡା, ବାବୁଲି ପଣ୍ଡା, କୈଳାସ ଜେନା, କୈଳାସ ମହାନ୍ତି, ଚିତ୍ତ ପାଣିଗ୍ରାହୀ, ସନାତନ ବାରିକ, ସୁରେଶ ମାଝୀ, କାର୍ତ୍ତିକ ଉପାଧ୍ୟାୟ, ଶୁଭ୍ର କାନ୍ତ ଉପାଧ୍ୟାୟ, ବୈକୁଣ୍ଠ ସାମଲ, ପଦ୍ମଲୋଚନ ସିଂ, ଦାମୋଦର ବେହେରା, ଦେବେନ୍ଦ୍ର ବେହେରା, ସୀତା କାନ୍ତ ପତି, ବିହାରୀ ପଣ୍ଡା, ବସନ୍ତ ଜେନା,ଗଜେନ୍ଦ୍ର ବାରିକ,ବୁଲୁ ଲେଙ୍କା ଆଦି ଚାଷୀ ମାନେ ଦିନ ୧୧ଟା ଠାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଧାରଣା ରେ ବସି ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିବା ବେଳେ ଦୁଇ ଅଧିକାରୀ ଚାଷୀ ମାନଙ୍କୁ ଆସ୍ୱାସନା ଦେଇ ପ୍ରତିଶୃତି ଦେଇଥିଲେ ଯେ ଖୁବ ଶୀଘ୍ର ଏ ବିଷୟ ରେ ସମାଧାନ କରିବେବୋଲି l

Show More
Back to top button