ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୧୨/୨୦୨୦ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତେଜୁଛି କୃଷକ ଆନ୍ଦୋଳନ । ନୂଆ କୃଷି ଆଇନ ବିରୋଧରେ ୯ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଦେଶର ଅନ୍ନଦାତା । ଦିଲ୍ଲୀର ୩ଟି ପ୍ରବେଶ ପଥରେ ରାସ୍ତା ଉପରେ ଅଡି ବସିଛନ୍ତି ଚାଷୀ । ଦିଲ୍ଲୀ ସୀମାରେ ବଢିଚାଲିଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ଛାନିଆ ହୋଇପଡିଥିବା ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ କରିଦିଆଯାଇଛି । ଏଥିପାଇଁ ଟ୍ରାଫିକ ଆଡଭାଇଜରି ଜାରି କରି ଦିଲ୍ଲୀକୁ ସଂଯୋଗ କରୁଥିବା ଅନେକ ରୁଟ୍କୁ ସିଲ କରିଦେଇଛି ପୋଲିସ ।
କୃଷକମାନେ ୯ ଦିନ ଧରି ରାସ୍ତାରେ ବସିଛନ୍ତି କୃଷି ଆଇନ ବିରୋଧରେ
