ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଗୋଟିଏ ପଟେ ସରକାରଙ୍କ ସହ ଆଲୋଚନା ଚାଲିଛି, ଅନ୍ୟପଟେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଂଚମ ବୈଠକ ବସିବ । ପୂର୍ବରୁ ହୋଇଥିବା ୪ଟି ବୈଠକରେ ଘଂଟା ଘଂଟା ଧରି ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି । ସେପଟେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ ।
କୃଷକଙ୍କ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା
