

ସତ୍ୟଶିଖା( ଭୁବନେଶ୍ୱର )୨୫.୦୭ . ୨୦୨୨: ରାଜ୍ୟରେ କୁକୁଡା ଚାଷୀ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଚାଷୀ କୁକୁଡା କିଲୋ ପିଛା ୬୦ ଟଙ୍କାରେ ବିକ୍ରି କରୁଥିବାବେଳେ କିନ୍ତୁ ଗ୍ରାହକ ତାହାକୁ ବଜାରରୁ ୨୦୦ରୁ ଅଧିକ ଟଙ୍କାରେ କିଣୁଛନ୍ତି। ଏଭଳି ସ୍ଥିତି ରେ କୁକୁଡା ମାଂସ ବ୍ୟବସାୟ ମାନ୍ଦା ଧରିବା ସହ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ହେଲେ ଏକ୍ଷେତ୍ରରେ ସରକାରୀ ନିଷ୍କ୍ରିୟତା ଏବେ ଉଦ୍ବେଗର କାରଣ ହୋଇଛି। ଗତ କିଛି ବର୍ଷ ପୂର୍ବରୁ ଓଡିଶା କୁକୁଡା ଚାଷରେ ବହୁ ପଛରେ ଥିଲା। ୬୦ ରୁ ୭୦ ପ୍ରତିଶତ କୁକୁଡା ଓ ଅଣ୍ଡା ଆନ୍ଧ୍ରପ୍ରଦେଶରୁ ଅସୁଥିଲା।
କିନ୍ତୁ ୨୦୦୦ ମସିହା ପରଠାରୁ ସରକାରଙ୍କ ର ପ୍ରୋତ୍ସାହନ ଏବଂ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଦ୍ୱାରା ଅନେକ ଶିକ୍ଷିତ ଯୁବକ କୁକୁଡା ବ୍ୟବସାୟରେ ସମ୍ପୃକ୍ତ ହୋଇଛନ୍ତି। ଆନ୍ଧ୍ର ତଥା ଅନ୍ୟ ପଡୋଶୀ ରାଜ୍ରରୁ କୁକୁଡା ଓ ଅଣ୍ଡା ଓଡିଶାକୁ ଆସିବା ବନ୍ଦ ହୋଇଗଲାଣି। ଏପରିକି ବର୍ତ୍ତମାନ ଓଡିଶାରୁ କୁକୁଡା ଏବଂ ଅଣ୍ଡା ପଡୋଶୀ ରାଜ୍ୟକୁ ପଠାଯାଉଛି।
ଅତ୍ୟାଧୁନିକ କୁକୁଡା ଚାଷ ପ୍ରଣାଳୀ ଏବଂ ହାଇଜେନିକ୍ ପଦ୍ଧତିରେ କୁକୁଡା ଚାଷ କରାଯାଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୁକୁଡା ଚାଷୀ ଏବଂ ଖାଉଟିମାନଙ୍କ ଭିତରେ ବିରାଟ ଦୂରତା ସୃଷ୍ଟି ହୋଇଛି। ଯାହା ଚାଷୀ କୁକୁଡା କିଲୋ ପିଛା ୬୦ ରୁ ୭୦ଟଙ୍କାରେ ବିକ୍ରି କରୁଥିବାବେଳେ କିନ୍ତୁ ଗ୍ରାହକ ତାହାକୁ ବଜାରରୁ ୨୦୦ରୁ ଅଧିକ ଟଙ୍କାରେ କିଣୁଛନ୍ତି।