ସତ୍ୟଶିଖା (ମୁମ୍ବାଇ) ୨୫/୧୧/୨୦୨୦ : ଆଜିକାଲି ଲୋକେ ବିବାହର ବର୍ଷେ କିମ୍ବା ୨ବର୍ଷ ପରେ ଛୁଆ ଜନ୍ମ କରି ପରିବାରକୁ ପୂରା କରି ଦେଉଛନ୍ତି । ଅଧିକାଂଶ ସମୟରେ ଏପରି ଦେଖାଯାଏ ଯେ ମା ହେବାର ନିଷ୍ପତ୍ତିରେ ମହିଳାଙ୍କ ମତ ନିଆଯାଇନଥାଏ । ବରଂ ସେମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଅର୍ଡ଼ର ଦିଆଯାଇଥାଏ । ଆଜି ସମାଜ ମଡର୍ଣ୍ଣ ହୋଇଯାଇଛି କିନ୍ତୁ ମହିଳାମାନେ ଅଧିକ ବୟସରେ ମା ହେଲେ ଲୋକେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠାଉଛନ୍ତି । ଏବେ ଏହାକୁ ନେଇ ଫାରା ଖାନ୍ ଏକ ଓପନ ଲେଟର ଲେଖିଛନ୍ତି ।
ଫାରା ଖାନ୍ ୪୩ବର୍ଷ ବୟସରେ ମା ହୋଇଥିଲେ। ଫାରା ଖାନଙ୍କ ୩ପିଲା ଏବଂ ଏବେ ସେମାନେ ୧୨ବର୍ଷର ହୋଇଯାଇଛନ୍ତି । ନିକଟରେ ଫାରା ଖାନ୍ ନିଜ ଇନଷ୍ଟାଗ୍ରାମରେ ଏକ ଓପନ ଲେଟରକୁ ସେୟାର କରିଛନ୍ତି ।
ଫାରା ଖାନ୍ ଆଗକୁ ଲେଖିଛନ୍ତି ଯେ ,‘ ଆଜି ସେ ତାଙ୍କ ନିଷ୍ପତ୍ତି ଯୋଗୁଁ ୩ପିଲାଙ୍କ ଗର୍ବିତ ମାଆ । ସେ ଯେତେବେଳେ ପ୍ରସ୍ତୁତ ଥିଲେ ସେତେବେଳେ ମାଆ ହୋଇଥିଲେ, ସେତେବେଳେ ନୁହେଁ ଯେତେବେଳେ ସମାଜ ଏହାର ଦାବି କରିଥିଲା । ଏହା ପ୍ରେଗନେଣ୍ଟ ହେବା ପାଇଁ ଠିକ୍ ସମୟ ବୋଲି ଭାବି ସେ ଏହି ନିଷ୍ପତ୍ତି ନେଇଥିଲେ । ବିଜ୍ଞାନର ଧନ୍ୟବାଦ ଯେ ସେ ତାଙ୍କ ବୟସରେ IVF ଜରିଆରେ ଏପରି କରିବାରେ ସଫଳ ହୋଇଥିଲେ । ଆଜି ଏହା ଦେଖି ଭଲ ଲାଗୁଛି ଯେ ବହୁତ ମହିଳା ନ ଡରି ଏପରି କରିବାକୁ ନିଷ୍ପତ୍ତି ନେଉଛନ୍ତି ।’