

ସତ୍ୟଶିଖା (ଭୁବନେଶ୍ୱର ) ୦୯.୦୩.୨୦୨୩ : ବଲିଉଡ ଜଗତରୁ ଆଜି ସକାଳୁ ଏକ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଏନେଇ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ହୋଲିର ଗୋଟିଏ ଦିନ ପରେ ଏପରି ଏତେ ବଡ଼ ଦିଗ୍ଗଜ ଅଭିନେତାଙ୍କୁ ହରାଇ ଥିବାରୁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ଅଭିନେତା ତଥା ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର ସତୀଶଙ୍କ ଦେହାନ୍ତ ନେଇ ଟ୍ବିଟ କରି ଜଣାଇଛନ୍ତି।
ଅନୁପମ ଟ୍ବିଟରେ ଲେଖିଛନ୍ତି, ଜାଣିଛି ମୃତ୍ୟୁ ହିଁ ଏହି ଦୁନିଆଁରେ ସବୁଠୁ ବଡ଼ ସତ। କିନ୍ତୁ ମୁଁ କେବେ ଭାବି ନ ଥିଲି ମୁଁ ମୋ ବନ୍ଧୁ ପାଇଁ କେବେ ଏମିତି ଲେଖିବି ଭାବି ନ ଥିଲି। ୪୫ ବର୍ଷର ବନ୍ଧୁତାରେ ଆଜି ହଠାତ ପୂର୍ଣ୍ଣବିରାମ ପଡ଼ିଛି। ଆଉ ଏ ଜୀବନ ତୁମ ବିନା କେବେ ଆଗ ଭଳି ରହିବନି। ମୁଁ ତୁମକୁ କେବେ ଭୂଲି ପାରିବିନି। ଓମ ଶାନ୍ତି ଲେଖି ଅନୁପମ ସତୀଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।