

ସତ୍ୟଶିଖା ୧୨/୦୨/୧୦୨୧ : ହଲଦିରାମ୍ ଫୁଡସ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଅନେକ ପ୍ରକାର ଜାଲ୍ ୱେବସାଇଟ୍ ଖୋଲାଯାଇଥିବାରୁ କଂପାନି ଚିନ୍ତା ପ୍ରକଟ କରିଛି । ହଲ୍ଦିରାମ୍ର ପ୍ରକୃତ ୱେବସାଇଟ୍ ହେଉଛି www.haldirams.com । କିନ୍ତୁ ହଲଦିରାମସ୍ ଡଟ୍ ଇନ୍, ହଲ୍ଦିରାମ ଡଟ୍ କମ୍ ଏବଂ ହଲଦିରାମଫ୍ରାଞ୍ଚାଇଜି ଡଟ୍ କମ୍ ଭଳି ବିଭିନ୍ନ ଜାଲ୍ ୱେବସାଇଟ୍ ଥିବା ବିଷୟରେ କଂପାନି ଅବଗତ ହେବା ପରେ ସେଗୁଡ଼ିକୁ ବନ୍ଦ କରିବା ଲାଗି ହଲଦିରାମ୍ ପକ୍ଷରୁ ଆଇନର ସହାୟତା ନିଆଯାଇଛି । ନାଗପୁରର ଏକ କୋର୍ଟ ଜରିଆରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆବେଦନ କରାଯାଇଛି । କୋର୍ଟ ହୋଷ୍ଟିଂ ସଂସ୍ଥାଗୁଡ଼ିକୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ଏସଂକ୍ରାନ୍ତରେ କଂପାନି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।