ନ୍ୟୁଜ୍

ନକଲି ସାମ୍ବାଦିକ କୁ ମହଙ୍ଗା ପଡିଲା ଅସଲି ସାମ୍ବାଦିକ l

ସତ୍ୟଶିଖା ୨୧ . ୦୮.୨୦୨୦ :  ଦୁଇ ଜଣ ନକଲି ସାମ୍ବାଦିକଙ୍କ ନାମରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି କାର୍ଯ୍ୟରତ ସାମ୍ବାଦିକ । ଅଭିଯୋଗ ଅନୁଯାୟୀ ଅଶ୍ୱନୀ ପାଢ଼ୀ ଓ ବିନ୍ଧୁଜା ଉପାଧାୟ ନାମକ ଦୁଇ ଜଣ ନକଲି ସାମ୍ବାଦିକ ଏକ ଅର୍ଥ ଲେଣଦେଣ ଘଟଣାର ଫଇସଲା କରିବାପାଇଁ ଦଲାଲସାଜି ଥାନା ଆଇଆଇସିଙ୍କୁ ଚାପ ପକାଇ ତିନିଲକ୍ଷ ଟଙ୍କା ହଡ଼ପ ଉଦ୍ୟମ କରିଥିଲେ । ସେମାନେ ସଂମ୍ପର୍କରେ ସ୍ଵlମୀ, ‌ସ୍ତ୍ରୀ ବୋଲି ପୁଲିସ୍ ତଦନ୍ତରୁ ଜଣାପଡ଼ିଛି । ନିଜକୁ ଏକ ଘରୋଇ ବଦ୍ୟୁତିକ ଟିଭି ଚ୍ୟାନେଲ୍ ସାମ୍ବାଦିକ ବୋଲି ପରିଚ‌ୟଦେଇ ଦୁଇଜଣ ଗତକାଲି ଥାନାର ଜଣେ ସବ୍‌ଇନସ୍ପେକ୍ଟର୍‌ଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ । ପରେ ଥାନା ଅଇଆଇସିଙ୍କ ଆଲୋଚନା କରି ମୁଦାଲାଠାରୁ ତିନି ଲକ୍ଷ ଟଙ୍କା ଆଦାୟ କରିବାନେଇ ଚାପ ପକାଇଥିଲେ । ଏହି ଘଟଣା ପ୍ରଘଟ ହେବାରୁ କିଛି ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ପ୍ରଥମେ ଉକ୍ତ ଘରୋଇ ଚ୍ୟାନେଲ୍ କତୃପକ୍ଷଙ୍କୁ ପଚାରି ବୁଝି‌ଥିଲେ । କତୃପକ୍ଷ ସେମାନଙ୍କୁ ଜାଣିନାହାଁନ୍ତି ବୋଲି ପ୍ରକାଶକରିବାରୁ ଦୁଇ ଜଣ ଥାନାରୁ ଚମ୍ପଟମାରିଥିଲେ । ଆଜି ସେମାନଙ୍କୁ ଚିହ୍ନଟ କରାଯାଇ ଜୋନ୍ ୬ ଏସିପି ଓ ଚନ୍ଦ୍ରଶେଖରପୁର ଆଇଆଇସିଙ୍କ ନଜରକୁ ଅଣାଯାଇଥିଲା । ଏହି ଘଟଣାରେ ଦୁଇ ନକଲି ସାମ୍ବାଦିକଙ୍କୁ ଥାନାକୁ ଘଟଣାର ସମାଧାନ ନିମନ୍ତେ ଆଣିଥିବା ବିଜନ ଜେନା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ମଧ୍ୟ ଏତଲା ଦାଖଲ ହୋଇଛି । ଆଇଆଇସି ଜୁବରାଜ ସ୍ଵlଇଁ ଘଟଣାକୁ ଗୁରୁତରଭାବେ ନେଇ ତଦନ୍ତ କରୁଥିବା ପ୍ରକାଶକରିଛନ୍ତି । ବିଭିନ୍ନ ଗଣମାଧ୍ୟମର ନାମନେଇ କିଛି ଆସାଧୁ ଯୁବକ ଯୁବତୀ ଥାନାକୁ ଆସୁଥିବା ଲୋକମାନଙ୍କଠାରୁ ଘଟଣାର ସମାଧାନ କରାଇଦେବାକହି ଅର୍ଥ ଲୁଟ୍ କରୁଥିବା ଜଣାପଡ଼ିଛି । ଯେଉଁ ଘଟଣାପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ବଦନାମର ଶିକାର ହେଉଥିବା ଥାନାରେ ଅଭିଯୋଗ କରିଛନ୍ତି ।

Show More
Back to top button