ଜୀବନମନ୍ତ୍ରଦେଶନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଫାଇଜର୍ ଟିକାକୁ ମଞ୍ଜୁରୀ ପ୍ରଦାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ଫାଇଜର୍ ଓ ବାୟୋଏନଟେକର କରୋନା ଭାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଭାରତରେ ମଧ୍ୟ ଶୁକ୍ରବାର ଅକ୍ସଫୋର୍ଡ ଭାକସିନକୁ ମଞ୍ଜୁରୀ ମିଳିପାରେ । ଏନେଇ ଶୁକ୍ରବାର ଏକ ବୈଠକ ବସିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ପରେ ଫାଇଜର ଭାକସିନର ବ୍ୟବହାର ରାସ୍ତା ଖୋଲିଯାଇଛି । ଏହାସହ ଗରିବ ଦେଶ କିପରି ଭାବେ ଭାକସିନ୍ ପାଇପାରିବେ ସେନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ୟୁଏନର ସ୍ୱାସ୍ଥ୍ୟ ଏଜେନ୍ସି ଭାକସିନର ସମୀକ୍ଷା ପରେ କହିଛି ଯେ, ଏଥିରେ ସୁରକ୍ଷା ଓ ପ୍ରଭାବର ସମସ୍ତ ମାପଦଣ୍ଡ ପୂରଣ କରାଯାଇଛି । ଏହାକୁ ପୂର୍ବରୁ ଆମେରିକା, ବ୍ରିଟେନ, ୟୁରୋପୀୟ ସଙ୍ଘ ସହ ଅନେକ ଦେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜରକୁ ସର୍ବପ୍ରଥମେ ବ୍ରିଟେନ ହିଁ ଅନୁମତି ପ୍ରଦାନ କରିଥିଲା । ଏହାପରେ ଆମେରିକା ଏହି ଭାକସିନକୁ ଅନୁମତି ଦେଇଥିଲା ।

Show More
Back to top button