ଜୀବନମନ୍ତ୍ରଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ବେକାବୁ କରୋନା, ପ୍ରତି ୧୬ ସେକେଣ୍ଡରେ ଜନ୍ମ ନେବ ଜଣେ ମୃତ ଶିଶୁ: ଚେତାଇ ଦେଲା WHO l

ସତ୍ୟଶିଖା (ଲଣ୍ଡନ) ୦୮.୧୦.୨୦୨୦ :  କରୋନା ଭାଇରସ୍‌ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଦିନକୁ ଦିନ ଘାତକ ରୂପ ନେଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସମସ୍ତଙ୍କ ମନ​‌ରେ କରୋନା ଭୟ ବସା ବାନ୍ଧିଥିବା ବେଳେ ଏହି ଭୂତାଣୁକୁ ନେଇ ନୂଆ ନୂଆ ତଥ୍ୟ ଆଶଙ୍କା ବଢ଼ାଉଛି । ବିଶ୍ୱ ସ୍ୱାସ୍ଥ ସଂଗଠନ (WHO), ୟୁନିସେଫ୍‌ ସମେତ ଅନ୍ୟ ସହଯୋଗୀ ସଂସ୍ଥା କରୋନା ଭାଇରସ୍‌କୁ ନେଇ ଦେଇଥିବା ନୂଆ ତଥ୍ୟ ଚିନ୍ତା ବଢ଼ାଇଛି । ବିଶ୍ୱ ସ୍ୱାସ୍ଥ ସଂଗଠନ ଜାରି କରିଥିବା ଏକ ରିପୋର୍ଟ ଅନୁସାରେ ପୂର୍ବ ଅପେକ୍ଷା ଗର୍ଭବତୀ ମହିଳାମାନଙ୍କ ପାଇଁ କରୋନା ଭାଇରସ୍‌ ଅଧିକ ଘାତକ ସାବ୍ୟସ୍ଥ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଯଦି କରୋନା ଭାଇରସ୍‌ର ପ୍ରକୋପ ବୃଦ୍ଧି ପାଏ ତେବେ ପ୍ରତି ୧୬ ସେକେଣ୍ଡରେ ଜଣେ ମୃତ ଶିଶୁ ଜନ୍ମ ନେବ । ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ‘ଷ୍ଟିଲ୍‌ବାର୍ଥ’ ମାମଲା ସାମ୍ନାକୁ ଆସିବ । ବିଶେଷ କରି ବିକାଶଶୀଳ ଦେଶରେ ଏଭଳି ମାମଲା ଅଧିକ ଆସିବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ ସଂଗଠନ ଜାରି କରିଥିବା ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ ଯୋଗୁଁ ପ୍ରତିବର୍ଷ ୨୦ ଲକ୍ଷ ମୃତ ଶିଶୁ ଜନ୍ମ ନେବେ । କିନ୍ତୁ ଏହି ମାମଲା ବିକାଶଶୀଳ ରାଷ୍ଟ୍ରରେ ଅଧିକ ପରିଲକ୍ଷିତ ହେବ । ଗର୍ଭଧାରଣର ୨୮ ସପ୍ତାହ ପରେ ଅର୍ଥାତ ଜନ୍ମ ସମୟରେ ଶିଶୁର ମୃତ୍ୟୁକୁ ହିଁ ‘ଷ୍ଟିଲ୍‌ବାର୍ଥ’ ବୋଲି କୁହାଯାଏ।  ଅନ୍ୟପଟେ  ପ୍ରତି ସେକଣ୍ଡରେ ମୃତ ଶିଶୁ ଜନ୍ମ ନେବାର ଖବର ଚିନ୍ତାର କାରଣ ପାଲଟିବାକୁ ଯାଉଛି। ଅଭିଜ୍ଞତା ସମ୍ପନ୍ନ ଡାକ୍ତର, ଗର୍ଭଧାରଣ ପୂର୍ବବର୍ତ୍ତୀ ଚିକିତ୍ସା ଓ ଉତ୍ତମ ଯତ୍ନ ଦ୍ୱାରା ଏଭଳି ବିପଦକୁ ଏଡ଼ାଇ ହେବ ବୋଲି କହିଛନ୍ତି ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହ୍ୟାନାରେଟା ଫୋର୍‌।

Show More
Back to top button