ମନୋରଞ୍ଜନ

ଫସିଲେ ରାପର ବାଦଶାହା, ପୋଲିସର ଜେରା

ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ :  ପୋଲିସ ଷ୍ଟେସନରେ ଜଣାଶୁଣା ରାପର ବାଦଶାହା। ତନତନ କରି ପଚରାଉଚରା କରୁଛି ପୋଲିସ। ହେଲେ କାହିଁକି? କଣ କରିଦେଲେ ବାଦଶାହା। ଏପରି ଏନେକ ପ୍ରଶ୍ନ ତାଙ୍କ ଫ୍ୟାନ୍ସଙ୍କ ମନରେ। ବେଟିଂ ଆପ୍‌ ‘ଫେୟାର ପ୍ଲେ’ରେ ଆଇପିଏଲ ଦେଖିବାକୁ ବିଜ୍ଞାପନ କରି ଲୋକଙ୍କୁ ପ୍ରୋତ୍ସାହିତ କରିଥିବାରୁ ଭାଇକମ ୧୮ ନେଟଓ୍ୱାର୍କ ବାଦଶାଙ୍କ ବିରୋଧରେ ଅଭିଯୋଗ କରିଛି।

ଫେୟାରପ୍ଲେ ଆପ୍‌ ମହାଦେବ ଆପ୍‌ ସହ ଜଡିତ। ଯାହା ସୌରଭ ଚନ୍ଦ୍ରାର ଓ ରବୀ ଉପ୍ପଲଙ୍କ ଦ୍ୱାରା ପରିଚାଲିତ ହୋଇଛି। ଆଉ ଏହି ମହାଦେବ ବୁକ ଆପ୍‌ ନାଁରେ ଆର୍ଥିକ ହେରଫେର ମାମଲା ହୋଇଛି। ଏହି ଅଭିଯୋଗରେ ବର୍ତ୍ତମାନ ଇଡି ତଦନ୍ତ କରୁଛି। ମହାଦେବ ଆପ୍‌ ମାମଲାରେ ମଧ୍ୟ ଅନେକ ଅନେକ ବଲିଉଡ କଳାକାର ଯଥା ରଣବୀର କପୁର, ହୁମା କ୍ୟୁରେସୀ, କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର ଆଦି ଫସିଛନ୍ତି।

ବାଦଶାହାଙ୍କ ସମେତ ୪୦ ଜଣ ବଲିଉଡ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛି କମ୍ପାନୀ । ଏମାନଙ୍କ ମଧ୍ୟରେ ସଞ୍ଜୟ ଦତ୍ତ ମଧ୍ୟ ରହିଛନ୍ତି। ସୂଚନାନୁସାରେ, ଭାଇକମ ୧୮ ପାଖରେ ଆଇପିଏଲ ଦେଖାଇବାର ଅଧିକାର ରହିଥିଲା। ହେଲେ କଳାକାରମାନେ ଫେୟାରପ୍ଲେ ଆପରେ ଆଇପିଏଲର ପ୍ରଚାର କରୁଥିଲେ ବୋଲି କମ୍ପାନୀ ଅଭିଯୋଗ କରିଛି। ଏହି ମାମଲାରେ ଡିଜିଟାଲ ପାଏରେସିରେ ଏକ ମାମଲା ରୁଜୁ ହୋଇଛି।

Show More
Back to top button