

ସତ୍ୟଶିଖା(ନୂଆଦିଲ୍ଲୀ )୧୦.୧୧.୨୦୨୨: ଟ୍ୱିଟର ପରେ ଫେସବୁକ୍। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ତାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ସେଇ ରାସ୍ତାକୁ ଆପଣାଇଛି ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ (ମେଟା) । ଏହି କମ୍ପାନୀରେ କାମ କରୁଥିବା କର୍ମଚାରି ଏବେ ଚାକିରି ହରାଇବେ। ପ୍ରାଥମିକ ପର୍ଯ୍ୟାୟରେ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କାରାଯିବ ବୋଲି ଫେସ୍ବୁକ୍ ଅଫିସିଆଲ ଭାବେ ଘୋଷଣା କରିଛି। ଏହି ଛଟେଇ ଫେସ୍ବୁକ୍ରେ କାମ କରୁଥିବା କର୍ମଚାରିଙ୍କର ୧୩ ପ୍ରତିଶତ ହେବ। ବୁଧବାର କମ୍ପାନୀ ପକ୍ଷରୁ ଏକ ବିବୃତିରେ ଏହି ତଥ୍ୟ ଜାରି କରାଯାଇଛି। ଏହି ନିଷ୍ପତ୍ତି ଲାଗି ମୁଁ ଉତ୍ତରଦାୟିତ୍ୱ ନେବାକୁ ଚାହୁଁଛି। ମୁଁ ଜାଣେ ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଦୁଃଖଦାୟକ। ବିଶେଷ କରି ଯେଉଁମାନେ ଏହି ନିର୍ଣ୍ଣୟ ଲାଗି ପ୍ରଭାବିତ ମୁଁ ସେମାନଙ୍କ ପାଇଁ ଭାରି ଦୁଃଖିତ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି।